fbpx

(Video) କଳିଯୁଗରେ ରାମ-ହନୁମାନ ମହାମିଳନ: ପ୍ରଭଙ୍କୁ ଦର୍ଶନ ପାଇଁ ରାମ ମନ୍ଦିରରେ ପହଞ୍ଚିଲେ ଭକ୍ତ ହନୁମାନ

ଓଡ଼ିଶା ଭାସ୍କର: କୁହାଯାଏ ଯେଉଁଠି ପ୍ରଭୁ ଶ୍ରୀରାମ ଅଛନ୍ତି, ସେଇଠି ପରମ ଭକ୍ତ ହନୁମାନ ମଧ୍ୟ ପହଞ୍ଚିଯାଆନ୍ତି । ପ୍ରଭୁ ଶ୍ରୀରାମଙ୍କୁ ଛାଡ଼ି ଗୋଯିଏ ମୁହୂର୍ତ୍ତ ବି ରହି ପାନ୍ତି ନାହିଁ ବୀର ବଜରଙ୍ଗୀ । ତ୍ରେତୟା ଯୁଗର ଭକ୍ତ-ଭଗବାନଙ୍କର ମହାମିଳନ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ଆଜି କଳିଯୁଗରେ ଦେଖିବାକୁ ମିଳିଛି ମହାବୀରଙ୍କ ରାମ ଭକ୍ତି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପରେ ନିଜକୁ ରୋକି ପାରି ନାହାନ୍ତି ପ୍ରିୟ ଭକ୍ତ ହନୁମାନ । ରାମଲାଲାଙ୍କ ଅପୂର୍ବ ଦର୍ଶନ ପାଇବା ପାଇଁ ଅଚାନକ ମନ୍ଦିର ଆଗରେ ଉଭା ହୋଇଛନ୍ତି ବଜରଙ୍ଗୀ । ଆଜି ଭୋର ସମୟରେ ହନୁମାନ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ରାମ ମନ୍ଦିରରେ ଉଭା ହୋଇଛନ୍ତି । ଭବ୍ୟ ରାମ ମନ୍ଦିରରେ ଅଲୌକିକ ଘଟଣା ଦେଖି ହଜାର ହଜାର ଭକ୍ତଙ୍କ ଆଖିରେ ଲୁହ ଆସିଯାଇଛି ।

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କୋଟି କୋଟି ରାମଭକ୍ତଙ୍କ ପାଇଁ ପ୍ରଭୁଙ୍କ ଆଶୀର୍ବାଦ ପାଲଟିଛି । କିନ୍ତୁ ଏହି ଉତ୍ସବରେ ପ୍ରଭୁଙ୍କ ପ୍ରିୟଭକ୍ତ ହନୁମାନଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ଯାହା ଆଜି ପୂରଣ ହୋଇଯାଇଛି । ଆଜି ଭୋର ଆରତୀ ସମୟରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟରୂପ ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ଭକ୍ତ ହନୁମାନଙ୍କ ଆବିର୍ଭାବ ହୋଇଛି । ସକାଳୁ ସକାଳୁ ଭକ୍ତ-ଭଗବାନଙ୍କ ଅପୂର୍ବ ଲୀଳାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି । ମନ୍ଦିର ଦକ୍ଷିଣ ପାଶ୍ୱର୍ ଦେଇ ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା ଏକ ମାଙ୍କଡ଼ । ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀ ମାଙ୍କଡ଼କୁ ଦେଖି ତୁରନ୍ତ ସେଠି ପହଞ୍ଚି ମାଙ୍କଡ଼କୁ ଗୋଡାଇଥିଲେ  । କିନ୍ତୁ ମନରେ ଡର ଥିଲା କି ଶ୍ରୀବିଗ୍ରହ ତଳେ ପଡି ନଯାନ୍ତୁ । ଏଥିପାଇଁ ସୁରକ୍ଷାକର୍ମୀ ମାଙ୍କଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ମାଙ୍କଡ଼ କିନ୍ତୁ ମନ୍ଦିର ଛାଡ଼ି ଯିବାକୁ ପ୍ରସ୍ତୁତ ନଥିଲା । ସତେ ଯେପରି ସେ ଖୋଜୁଥିବା କୌଣସି ଜିନିଷ ଯୁଗ ଯୁଗର ଅପେକ୍ଷା ପରେ ପୁଣିଥରେ ପାଇଯାଇଛି । ସୁରକ୍ଷା କର୍ମୀଙ୍କ ଭୟରେ ସେଠାରୁ ଚାଲି ଯାଇ ପୁଣି ଉତ୍ତର ଦ୍ୱାର ପାଖରେ ଠିଆ ହୋଇଥିଲା ସେହି ମାଙ୍କଡ଼ ।

ହେଲେ ଉତ୍ତର ଦ୍ୱାର ବନ୍ଦ ଥିବାରୁ ଶେଷରେ ପୂର୍ବ ଦିଗ ଦେଇ ବାହାରକୁ ବାହାରିଥିଲା ।  ଏହି ସ୍ଥାନରେ ରାମଲଲାଙ୍କ ଦର୍ଶନ କରିବା ପାଇଁ ଲମ୍ବା ଲାଇନରେ ଧାଡିରେ ଭକ୍ତ ମାନେ ଠିଆ ହୋଇଥିଲେ । ଶହ ଶହ ଭକ୍ତ ଧାଡିରେ ଠିଆ ହୋଇଥିବା ବେଳେ କାହାକୁ କୌଣସି କ୍ଷତି ନ ପହଞ୍ଚାଇ ଏହି ମାଙ୍କଡଟି ଫେରି ଯାଇଥିଲା । ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଏହି ଘଟଣା ହୁଏତ ସାଧାରଣ ଲାଗୁ ଥାଇପାରେ । କିନ୍ତୁ ମାଙ୍କଡ଼ର କାର୍ଯ୍ୟକଳାପ ଏବଂ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟବିଗ୍ରହକୁ ଦେଖିବାର ଲାଳସା ଦେଖିବା ପରେ ମହେ ହୁଏ, ଯେପରି ବାନର ରୂପରେ ଶ୍ରୀରାମଙ୍କ ପ୍ରକୃତ ଭକ୍ତ ବୀର ହନୁମାନ ରାମ ମନ୍ଦିରରେ ଆବିର୍ଭାବ ହୋଇଛନ୍ତି । ଏହି ସମ୍ପୂର୍ଣ୍ଣ ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ।

ସେପଟେ ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼  । ପ୍ରଭୁ ରାମଚନ୍ଦ୍ରଙ୍କ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ଲାଗିଥିବା ଭକ୍ତଙ୍କ ଗହଳି  । ପ୍ରବଳ ଥଣ୍ଡା କାକରରେ ରାମଲଲାଙ୍କ ଦର୍ଶନ କରିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାହିଁ ରହିଥିଲେ  । କିନ୍ତୁ ଏହାରି ଭିତରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଆଜି ଭୋର ୫ଟା ୫୦ ମିନିଟ୍ରେ ସ୍ୱୟଂ ହନୁମାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ହନୁମାନଙ୍କୁ ରାମଲଲାଙ୍କ ବିଗ୍ରହର ତଳେ ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ଯାହାକୁ ଦେଖି ଭକ୍ତମାନେ ଚକିତ ହୋଇଯାଇଥିଲେ । ହନୁମାନଙ୍କୁ ଦେଖି ‘ଜୟ ଶ୍ରୀରାମ ଜୟ ଶ୍ରୀରାମ’ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଲା ସମଗ୍ର ରାମ ମନ୍ଦିର ପରିବେଶ ।

Get real time updates directly on you device, subscribe now.