fbpx

୧୩ ଦିନରେ ପହଞ୍ଚିଲା ରୁଷିଆ-ୟୁକ୍ରେନ ଲଢ଼େଇ: ଜାଣନ୍ତୁ ଆଜିର ଯୁଦ୍ଧର ୧୦ଟି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

AAKASH

ନୂଆଦିଲ୍ଲୀ: ଆଜି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ତେବେ ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ତୃତୀୟ ଥର ପାଇଁ ଆଲୋଚନା ବିଫଳ ହୋଇଥିବା ବେଳେ ୟୁକ୍ରେନରେ ଲଗାତର ଭାବେ ଯୁଦ୍ଧର ତାଣ୍ଡବ ଜାରି ରହିଛି । ଇତିମଧ୍ୟରେ ୧୭ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଥିବା ମିଳିତ ଜାତିସଂଘର ରିପୋର୍ଟରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା ଯୁଦ୍ଧର ୧୦ଟି ବଡ଼ ଅପଡେଟ୍ ବିଷୟରେ ।

୧- ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ରୁଷର ଜେନେରାଲ ଭିଟାଲି ଗେରାସିମୋଭଙ୍କ ମୃତ୍ୟୁ ଘଟିଥିବା ୟୁରୋପୀୟ ମିଡ଼ିଆ ସେକ୍ସଟା ପକ୍ଷରୁ କୁହାଯାଇଛି ।

୨- ମାର୍କିଭ ବେକରୀ ଉପରେ ରୁଷ ସେନା ହମଲା କରିବା ଦ୍ୱାରା ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି ।

୩- ୟୁକ୍ରେନ ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧.୪୬ ଲକ୍ଷ ବିଦେଶୀ ନାଗରିକଙ୍କୁ ଦେଶ ଛାଡ଼ିବାରେ ସହଯୋଗ କରାଯାଇଛି । ସେଥିମଧ୍ୟରେ ୨୦ ହଜାର ଭାରତୀୟ ସାମିଲ ଅଛନ୍ତି ।

୪- ୟୁକ୍ରେନ ସମେତ ଜର୍ଜିଆ, ମାଲଦୀପର ସଦସ୍ୟତା ପାଇଁ ୟୁରୋପୀୟ ସଂଘ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

୫- କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଲଣ୍ଡନରେ କହିଛନ୍ତି, ଆମକୁ ଲୋକତନ୍ତ୍ରର ରକ୍ଷା କରିବାକୁ ପଡ଼ିବ । ୟୁକ୍ରେନ ଆକ୍ରମଣ ମାମଲା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଉତ୍ତର ଦାୟୀ ରହିବେ ।

୬- ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ରୁଷ ସେନାଙ୍କ ମୃତ୍ୟୁ ଘଟିବା ସହ ୭୯ ଫାଇଟର ଜେଟ ଓ ହେଲିକପ୍ଟରକୁ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ।

୭- ରୁଷର ବୋମାବର୍ଷଣ ଜାରି ରହିଥିବାରୁ ବର୍ତ୍ତମାନ ସମୟରେ ମାରିୟୁପୋଲ, ସୁମି ଓ ଖାରକିଭରୁ ଲୋକଙ୍କୁ ଉଦ୍ଧାର କରାଯାଇ ପାରୁନଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି ।

୮- ୮୦ରୁ ଅଧିକ ବିମାନକୁ ବ୍ୟବହାର କରି ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଅଣାଯାଇଥିବା ନେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ।

୯- ରୁଷକୁ କର୍ପୋରେଟ ବହିଷ୍କାର କରିବା ପାଇଁ କୋକାକୋଲା ଓ ମ୍ୟାକଡୋନାଲ୍ଡ ଉପରେ ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୦ଟି ପଶ୍ଚିମୀ କମ୍ପାନୀ ଏହି ପଦକ୍ଷେପ ନେଇ ସାରିଛନ୍ତି ।

୧୦- ରୁଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଲଗାତର ପ୍ରୟାସ ଜାରି ରହିଛି । ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ତୁର୍କୀ ରାଷ୍ଟ୍ରପତୀ ଓ ଫ୍ରାନ୍ସ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.