fbpx
BJD
BJD SKY
BJD SKY

ସାଇ ଦର୍ଶନ ପାଲଟିଲା ମହାନିର୍ବାଣ: ଅକାଳରେ ଲିଭିଗଲା ୧୦ ଭକ୍ତଙ୍କ ଜୀବନ, ଶିରିଡ଼ି ଯାତ୍ରା ସାଜିଲା କାଳ

BJD

ନୂଆଦିଲ୍ଲୀ: କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଆଜି ହସଖୁସିରେ ବୁଲୁଥିବାର ସୁସ୍ଥ ମଣିଷଟି ଆସନ୍ତାକାଲିକୁ ଆରପାରିକୁ ଚାଲିଯାଉଛି । କାହାର ଆୟୁଷ କେତେବେଳେ ସରିବ ତାହା ମଣିଷ ହାତରେ ନଥାଏ । ତେବେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଶିରିଡ଼ି ସାଇ ବାବାଙ୍କ ଦର୍ଶନ କରିବାକୁ ଯାଉଥିବା ସମୟରେ ଶେଷ ଯାତ୍ରାରେ ଚିରଦିନ ପାଇଁ ଶୋଇ ଯାଇଛନ୍ତି ୧୦ ଜଣ ସାଇ ଭକ୍ତ ।

ସୂଚନା ମୁତାବକ, ମହାରାଷ୍ଟ୍ରର ଶିରିଡ଼ି ସାଇବାବାଙ୍କ ଦର୍ଶନ କରିବାକୁ ଯାଉଥିବା ସମୟରେ ଭକ୍ତଙ୍କ ବସ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଳା । ସିନ୍ନର-ଶିରିଡ଼ି ରାଜପଥରେ ଘରୋଇ ଟୁରିଷ୍ଟ ବସ ଓ ଟ୍ରକ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଏହାଫଳରେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଭକ୍ତ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ମୋଟ ୫୦ ଜଣ ଯାତ୍ରୀ ରହିଥିଲେ । ସାଇ ଦର୍ଶନ ପାଇଁ ୧୫ଟି ବସ୍ ବାହାରିଥିବା ବେଳେ ଏହି ବସଟି ଦୁର୍ଭାଗ୍ୟବଶତଃ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଅକାଳରେ ଅନେକ ଭକ୍ତଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଥିଲା । ତେବେ ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.