fbpx
BJD SKY
BJD SKY

ଏମିତି ବି ମୃତ୍ୟୁ ଆସେ? ବେଲୁନ୍ ଫୁଙ୍କୁଥିବା ସମୟରେ ଚାଲିଗଲା ୧୦ ବର୍ଷୀୟ ବାଳକର ଜୀବନ, ଛୋଟପିଲା ସାବଧାନ

BJD

ନୂଆଦିଲ୍ଲୀ: ଅନେକ ସମୟର କିଛି ବଡ଼ଧରଣର ଅଘଟଣ ଘଟି ମଣିଷର ଜୀବନ ବଞ୍ଚିଯାଉଥିବା ବେଳେ ଅନେକ ସମୟରେ ସାମାନ୍ୟ ଘଟଣାରେ ଜୀବନ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସାଧାରଣ ଭାବେ ବେଲୁନକୁ ଛୋଟ ପିଲାମାନେ ଫୁଙ୍କି ବଡ଼ କରିବାକୁ ବହୁତ ଭଲ ପାଇଥାନ୍ତି । ତେବେ ବେଲୁନ ଫୁଙ୍କୁଥିବା ସମୟରେ ଗୋଟିଏ ୧୦ ବର୍ଷୀୟ ବାଳକର ଅକାଳ ବିୟୋଗ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଅମରୋହାରୁ ଆସିଛି ଏଭଳି ଏକ ବଡ଼ ଖବର । ଖେଳୁଖେଳୁ ଗୋଟିଏ ୧୦ ବର୍ଷର ବାଳକର ଜୀବନ ଯେ ଚାଲିଯିବ ଏକଥା ତା’ର ପିତାମାତା କେବେ ବି କଳ୍ପନା କରିନଥିବେ । ଫଟା ବେଲୁନ ଶିଶୁର ଶ୍ୱାସନଳୀ ଭିତରେ ପଶି ଯାଇଥିଲା । ପିଲାଟିକୁ ଡାକ୍ତରଙ୍କ ପାଖକୁ ନେବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅମରୋହାର ଗଜରୌଡ଼ାରେ ଏହି ଘଟଣା ଘଟିଥିଲା । ପିଲାଟିର ବୟସ ୧୦ ବର୍ଷ ହୋଇଥିବା ବେଳେ ସେ ୫ମ ଶ୍ରେଣୀରେ ପାଠ ପଢ଼ୁଥିଲା । ଘଟଣା ଘଟିବା ଦିନ ପିଲାଟି ତା’ର ସାଙ୍ଗସାଥୀଙ୍କ ସହିତ ଘର ବାହାରେ ଖେଳୁଥିଲା । ଏହି ସମୟରେ ପିଲାଟି ନିଜ ମୁହଁରେ ବେଲୁନ ଫୁଙ୍କିଥିଲା । ତେବେ ଅଚାନକ ବେଲୁନଟି ଫାଟିଯାଇଥିଲା ଓ ଗୋଟିଏ ଝଟକାରେ ତାହା ମୁହଁ ଭିତରୁ ପଶି ଯାଇଥିଲା । ଏହାପରେ ସେ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲା । ଗଳାରେ ବେଲୁନ ପଶିଯିବା କାରଣରୁ ପିଲାଟିର ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା ଓ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା । ଏହି ଘଟଣାକୁ ନେଇ ଚାରିଆଡ଼େ ହଡ଼କମ୍ପ ମଚିଯାଇଥିଲା । ତେବେ ଡାକ୍ତରଙ୍କ ପାଖକୁ ନେବା ବେଳକୁ ସବୁକିଛି ସରିଯାଇଥିଲା ।

Get real time updates directly on you device, subscribe now.