fbpx

ମାସ୍କ ଲଗାଇବା ସମୟ ଆସିଗଲା! ଆସୁଛି କରୋନାର ନୂଆ ଲହର? ଶୁଣନ୍ତୁ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱ ପୁଣିଥରେ ଏବେ ଚିନ୍ତା ବଢାଇଛି । ଦେଶର ବିଭିନ୍ନ ରାଜ୍ୟରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ବେଳେଆଗାମୀ ପରିସ୍ଥିତିକୁ ନେଇ ଲୋକେ ଏବେ ଭୟଭୀତ ହୋଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଏବେ ନୂଆ ସବ୍-ଭାରିଆଣ୍ଟର ରୂପ ନେଇଛି । ଏଥିରେ ଲାଟେଷ୍ଟ ଜେଏନ.୧ ସବୁଠାରୁ ବିପଦଜନକ ପାଲଟିଛି । ତେବେ ଏ ନେଇ ବିଶେଷଜ୍ଞମାନେ ବଡ଼ ବୟାନ ଦେଇଛନ୍ତି । କିନ୍ତୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ରିପୋର୍ଟ ଅନୁସାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ମୌସୂମୀ ଫ୍ଲୁ ଭଳି ଇନଫ୍ଲଏଞ୍ଜା (H1N1 ଏବଂ H3N2), ଏଡିନୋଭାଇରସ, ରାଇନୋଭାଇରସ ଏବଂ ରେସ୍ପିରେଟୋରୀ ସିଙ୍କାଇଟିୟଲ ଭାଇରସ ଯୋଗୁଁ ହେଉଥିବା ଶ୍ୱାସଜନିତ ସଂକ୍ରମଣ, ମୌସୂମୀଜନିତ ରୋଗ ଇତ୍ୟାଦିର କାରଣ ହୋଇପାରେ । ଏସବୁ ରୋଗର ଲକ୍ଷଣ କରୋନା ଲକ୍ଷଣ ସହ ମଧ୍ୟ ସମାନ ଥାଇପାରେ । ତେବେ ଲକ୍ଷଣ ସହ ପ୍ରତ୍ୟେକ ଲୋକଙ୍କ ଟେଷ୍ଟ କରିବା ସମ୍ଭବ ନୁହେଁ, ଆମକୁ ଗମ୍ଭୀର ଶ୍ୱାସ ସଂକ୍ରମଣ କିମ୍ବା ନିମୋନିଆରେ ପୀଡ଼ିତ ହସ୍ପିଟାଲରେ ଭର୍ତ୍ତି ଲୋକଙ୍କ ପରୀକ୍ଷଣ କରାଯିବା ଉଚିତ୍ ।

ମାସ୍କ ପିନ୍ଧିବା ଆବଶ୍ୟକ କି?

ସାର୍ବଜନିକ ସ୍ୱାସ୍ଥ୍ୟର ପୂର୍ବ ନିର୍ଦ୍ଦେଶକ ଡା. କେ. କୋଲାଣ୍ଡାଇସାମୀ କହିଛନ୍ତି ଯେ, ବିବାହ ମଣ୍ଡପ, ଟ୍ରେନ ଏବଂ ବସି ଇତ୍ୟାଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାସ୍କ ପିନ୍ଧିବା ଉଚିତ ହେବ । ଏହା କୋଭିଡ ସମେି ଅନେକ ବାୟୁଜନିତ ରୋଗରୁ ଦୂରେଇ ରଖିପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇ ନାହିଁ କିମ୍ବା ଏହାର ଆବଶ୍ୟକତା ମଧ୍ୟ ଆସିନାହିଁ । ତେବେ ବୟସ୍କ, ଗର୍ଭବତୀ ମହିଳା ଏବଂ ପ୍ରତିରକ୍ଷାରେ ଅଭାବ ଥିବା ବ୍ୟକ୍ତିମାନଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନ ଯିବା ଉଚିତ୍ । ଅତ୍ୟାବଶ୍ୟକ କ୍ଷେତ୍ରରେ ଏଭଳି ସ୍ଥାନକୁ ଯାଉଥିଲେ, ମାସ୍କ ପିନ୍ଧିବା ଉଚିତ ବୋଲି ଡା. କେ. କୋଲାଣ୍ଡାଇସାମୀ କହିଛନ୍ତି ।

Get real time updates directly on you device, subscribe now.