fbpx

ପୁଣି ବଢ଼ିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ, ୨୪ ।୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଦାତାଙ୍କ କର ଦାଖଲ ସମୟସୀମାକୁ ଆଜି ପୁଣି ବୃଦ୍ଧି କରିଛନ୍ତି । ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଆୟକର ପୈଠ କରିବାକୁ ଥିବା ଲୋକ ଓ ସଂସ୍ଥା ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଏହାକୁ ଦାଖଲ କରିପାରିବେ। କରୋନା ସଙ୍କଟ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆୟକର ନିୟମ ୧୯୬୧, ଅନୁସାରେ ଜୁଲାଇ ୩୧, ୨୦୨୦ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ। କିନ୍ତୁ କରୋନା କଟକଣା ଯୋଗୁଁ ଏହାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆୟକର ରିଟର୍ଣ୍ଣର ଶେଷ ତାରିଖ ଜୁଲାଇ ୩୧ ଯାଏ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଏହାକୁ ବୃଦ୍ଧି କରାଯାଇ ନଭେମ୍ବର ୩୦ କରାଯାଇଥିଲା। ହେଲେ ଆଜି ପୁଣିଥରେ ଏହାକୁ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି।

Get real time updates directly on you device, subscribe now.