fbpx

ଟ୍ରେନ ଦୁର୍ଘଟଣା ପୂର୍ବରୁ ହୋଇଥିଲା ଭୟଙ୍କର ‘ବିସ୍ଫୋରଣ’! ଲୋକୋ ପାଇଲଟ୍ ଶୁଣିଥିଲେ ଏହି ଶବ୍ଦ

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଏବେ ଯାଏଁ ମନରୁ ଲିଭିନି । ୟା ଭିତରେ ଆଉ ଏକ ବଡ଼ ଟ୍ରେନ ଦୁର୍ଘଟଣାର ମାମଲା ସାମନାକୁ ଆସିଛି । ବିହାରର ବକ୍ସର ଜିଲ୍ଲାରେ ରଘୁନାଥପୁର ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ରେଳ ଦୁର୍ଘଟଣାରେ ବତ୍ତମାନ ସୁଦ୍ଧା ୪ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଟ୍ରେନ ଦୁର୍ଘଟଣା ପୂର୍ବରୁ ଆଉ ଏକ ଘଟଣାର ଖୁଲାସା କରିଛନ୍ତି ଲୋକୋ ପାଇଲଟ୍ ଏବଂ ଗେଟମ୍ୟାନ୍ ।

ଗତକାଲି ରାତି ପ୍ରାୟ ସାଢେ ୯ଟାରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଗାଡ଼ିର ପ୍ରାୟ ୨୧ଟି ବଗି ଟ୍ରାକ ଛାଡ଼ି ଚାଲିଯାଇଛି । ତେବେ ଏହି ଦୁର୍ଘଟଣା ପୂର୍ବରୁ ଏକ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ହୋଇଥିବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଟ୍ରେନର ଲୋକୋ ପାଇଲଟ । ସେ କହିଛନ୍ତି ଯେ, ଏହି ଦୁର୍ଘଟଣାର କିଛି ସମୟ ପୂର୍ବରୁ ଏକ ଜୋରଦାର ଶବ୍ଦ ଶୁଣିବାକୁ ପାଇଥିଲେ ଲୋକୋ ପାଇଲଟ । କେବଳ ଲୋକୋ ପାଇଲଟ ନୁହେଁ, ଗେଟମ୍ୟାନ ମଧ୍ୟ ଏହି ଶବ୍ଦ ଶୁଣିଥିବା ପ୍ରକାଶ କରିଛନ୍ତି । ତେବେ ଟ୍ରେନର ବଗି ଲାଇନଚ୍ୟୁତ ହେବାର ମାତ୍ର କିଛି ସମୟ ପୂର୍ବରୁ ଏହି ଭୟାନକ ଶବ୍ଦ ଶୁଣିବାକୁ ମିଳିଥିଲା ।

ତେବେ ଏହି ରହସ୍ୟ ଜଣାପଡ଼ିବା ପରେ ଦୁର୍ଘଟଣା ଏବଂ ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ଏବଂ ଆଲୋଚନା ହେବାରେ ଲାଗିଛି । ତେବେ ଦୁର୍ଘଟଣାରେ କିଛି ବାହ୍ୟ ତତ୍ତ୍ୱ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଥିଲା । ତେବେ ସୂଚନା ପ୩ାଇ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୪ ଜଣଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି ଏବଂ ୭୦ରୁ ଅଧିକ ଲୋକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ତେବେ ଚଳିତବର୍ଷ ଅନେକ ସ୍ଥାନରେ ରେଳ ଦୁର୍ଘଟଣା ଘଟିଯାଇଛି ।

Get real time updates directly on you device, subscribe now.