fbpx

ଫ୍ଲିପକାର୍ଟର ସୁପର କଏନ୍ସରେ ମିଳୁଛି ଅନେକ ଫାଇଦା : ଏଭଳି ପାଇ ପାରିବେ ଲାଭ

ଫ୍ଲିପକାର୍ଟରେ ବର୍ତ୍ତମାନ Big Billion Daysରେ ସେଲ ଚାଲିଛି । ଆପଣ ଏହି ସେଲରେ ଅଧିକ ଡିସକାଉଣ୍ଟ ସହିତ ଅନେକ କିଛି ଜିନିଷ କିଣି ପାରିବେ । ଏଥିରେ ସ୍ମାର୍ଟଫୋନ, ଲାପଟପ୍‌, ଟାବଲେଟ୍‌ ସମେତ ଅନେକ ପ୍ରଡକ୍ଟ ଉପରେ ଭଲ ଅଫର ମିଳୁଛି । ଯଦି ଆପଣ ଫ୍ଲିପକାର୍ଟରୁ ସପିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ନିଜର ମୋବାଇଲ ରିଚାର୍ଜ କରିବା ବି ବହୁତ ଶସ୍ତା ହେବ । ଏହା ବ୍ୟତୀତ ଫ୍ଲିପକାର୍ଟ ଥିବା ତା’ର ସୁପର କଏନ୍ସ ବ୍ୟବହାର କରି ଅନେକ ଲାଭ ପାଇ ପାରିବେ । କମ୍ପାନୀ ଫ୍ଲିପକାର୍ଟ ସୁପର କଏନ୍ସ ଦ୍ୱାରା ଆପଣଙ୍କୁ ରିଚାର୍ଜ କରିବାର ଲାଭ ବି ଦେଉଛି । ତେବେ ଆସନ୍ତୁ ଜାଣିବା ଆପଣ ରିଚାର୍ଜ ଅଫରର ଲାଭ କିପରି ଉଠାଇ ପାରିବେ ।

ଫ୍ଲିପକାର୍ଟରୁ ସପିଂ କରିବା ପରେ ୟୁଜର୍ସଙ୍କୁ ସୁପର କଏନ୍‌ ମିଳିଥାଏ । ଏହି ସୁପର କଏନ୍ସର ବ୍ୟବହାର ଆପଣ ସପିଂ ପାଇଁ ହିଁ କରିଥାନ୍ତି । ତେବେ ମୋବାଇଲ ରିଚାର୍ଜ କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମ ଆପଣଙ୍କୁ ଅଧିକ ଡିସକାଉଣ୍ଟର ସୁଯୋଗ ଦେଉଛି । ତେବେ ଆପଣ ଏହି ସୁପର କଏନ୍ସ ସାହାଯ୍ୟରେ ଆପଣଙ୍କ ଫୋନକୁ ଶସ୍ତାରେ ରିଚାର୍ଜ କରି ପାରିବେ ।

ଇ-କମର୍ସ ପ୍ଲାଟଫର୍ମର ଅଫର ବିଷୟରେ କହିବାକୁ ଗଲେ କମ୍ପାନୀ ଭଲ ରିଚାର୍ଜ ସୁବିଧା ଦେଉଛି । ଫ୍ଲିପକାର୍ଟ ଦାବି କରିଛି ଯେ, ମୋବାଇଲ୍ ରିଚାର୍ଜ କରିବାବେଳେ ସୁପର କଏନ୍ସ ସହିତ ଆପଣଙ୍କୁ ୧୫ ପ୍ରତିଶତ ଡିସକାଉଣ୍ଟ ମିଳିବ । ଅର୍ଥାତ ଯଦି ଆପଣ ଫ୍ଲିପକାର୍ଟରୁ ରିଚାର୍ଜ କରନ୍ତି, ତେବେ ଆପଣ ଡିସକାଉଣ୍ଟ ପାଇପାରିବେ । ଏହା ବ୍ୟତୀତ ଫ୍ଲିପକାର୍ଟରୁ ଜିନିଷ କିଣିବା ସମୟରେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବର୍ସମାନେ ସୁପର କଏନ୍ସ ଦ୍ୱାରା ପେମେଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ‘ସୁପର କଏନ୍ସ ପ୍ରାଇସ୍’ ଫିଲ୍ଟର ବ୍ୟବହାର କରିବାକୁ ପଡିବ ।

ଫ୍ଲିପକାର୍ଟ ପ୍ଲସ୍ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ଟଙ୍କାରେ ୪ଟି ସୁପର କଏନ୍ସ ପାଇପାରିବେ । ଗୋଟିଏ ଜିନିଷ ଅର୍ଡର କଲେ ପାଖାପାଖି ୧୦୦ଟି ସୁପର କଏନ୍ସ ମିଳିଥାଏ । ସାଧାରଣ ୟୁଜର୍ସ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ୧୦୦ ଟଙ୍କାରେ ୨ଟି ସୁପର କଏନ୍ସ ପାଇଥାନ୍ତି । ଗୋଟିଏ ଅର୍ଡରରେ ସର୍ବାଧିକ ୫୦ଟି ସୁପର କଏନ୍ସ ମିଳିଥାଏ । ଫ୍ଲିପକାର୍ଟରେ Ola, Oyo ଭଳି ପାର୍ଟନରଙ୍କ ସର୍ଭିସ ନେବା ପରେ ସୁପର କଏନ୍ସ ପାଇ ପାରିବେ ।
କେବଳ ଫ୍ଲିପକାର୍ଟ ଆପରେ ସୁପର କଏନ୍ସର ଲାଭ ଉଠାଇ ପାରିବେ । ଫ୍ଲିପକାର୍ଟ ଆପ୍ ମାଧ୍ୟମରେ ଫ୍ଲାଇଟ୍‌ ବୁକିଂ କରିବା ଦ୍ୱାରା ବି ସୁପର କଏନ୍ସ ମିଳିବ । ଫ୍ଲିପକାର୍ଟ ଆପରେ ଗେମ୍ସ ଖେଳିବା ଦ୍ୱାରା ମଧ୍ୟ ଆପଣ ସୁପରକଏନ୍ସ ପାଇ ପାରିବେ ।

 

Get real time updates directly on you device, subscribe now.