fbpx

ବିହାର ରେଳ ଦୁର୍ଘଟଣାରେ କ୍ଷତି ପୂରଣ ରାଶି ଘୋଷଣା କଲେ ନୀତିଶ କୁମାର

ବିହାର : ଓଡିଶାର ବାହାନାଗାରେ ହୋଇଥିବା ରେଳ ଦୁର୍ଘଟଣା ପରି ବିହାରରେ ମଧ୍ୟ ଭୟଙ୍କର ରେଳ ଦୁର୍ଘଟଣା ହୋଇଛି । ଦିଲ୍ଲୀରୁ କାମାକ୍ଷା ଯାଉଥିବା ଉତ୍ତର-ପୂର୍ବ ଏକ୍ସପ୍ରେସ ୬ ଟି ବଗି ଦୁର୍ଘଟଣା ହୋଇଥିଲା । ଏହି ଘଟଣା ବୁଧବାର ରାତିରେ ଘଟିଥିଲା । ଏହି ଦୁର୍ଘଟଣା ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ହୋଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏବେ ଏହି ଘଟଣାରେ ମୃତ ଏବଂ ଆହତ ଯାତ୍ରୀମାନଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ଏହି କ୍ଷତିପୁରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର । ତେବେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୫୦ ହଜାରଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ।

ମନ୍ତ୍ରୀ ଗିରିରାଜ ସିଂଙ୍କ କହିବା ଅନୁସାରେ ରେଲୱେ ତାହାର କାର୍ଯ୍ୟ କରୁଛି ଏବଂ ସ୍ଥାନୀୟ ଲୋକ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ କରଉଛନ୍ତି । ରେଲୱେ ସବୁ ଯାତ୍ରୀ ମାନଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳକୁ ପଠାଇଛି । ଅନ୍ୟ ପକ୍ଷରେ ଆହତ ମାନଙ୍କର ଚିକିତ୍ସା ଚାଲିଛି ଏବଂ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ତେବେ ଏସି ଥ୍ରୀ ଟିୟରର ଦୁଇଟି କୋଚ ଓଲଟି ପଡିଥିଲା । ଫଳରେ ଟ୍ରେନର ଅନେକ ବଗି ଲେଉଟି ପଡିଥିଲା । ଏହି ଘଟଣା ରାତି ୯.୫୩ ମିନିଟରେ ଘଟିଥିଲା ।

Get real time updates directly on you device, subscribe now.