fbpx

ଭୟଙ୍କର ସଡ଼କ ଦୂର୍ଘଟଣା : କିଛି କ୍ଷଣରେ ଚାଲିଗଲା ୧୧ ଜୀବନ, ୧୨ ଆହତ

Advertisement

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଆପଣାଉଛନ୍ତି, ତାଙ୍କର ସମସ୍ତ ଉପାୟ ବିଫଳ ହେଉଛି । ପୁଣି ରାଜସ୍ଥାନ ଭରତପୁରରେ ଆଜି ସକାଳେ ଭୟଙ୍କର ସଡ଼କ ଦୂର୍ଘଟଣା ହୋଇଛି । ଜୟପୁର-ଆଗ୍ରା ଏନଏଚ ହନ୍ତରା ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା ବସକୁ ଟ୍ରକ ପଛରୁ ଆସି ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହାତ ହୋଇଛନ୍ତି ।

ସୂଚନା ଅନୁସାରେ, ଏନଏଚ ରାସ୍ତା କଡରେ ଏକ ବସ ଛିଡା ହୋଇଥିବା ବେଳେ ପଛ ପଟରୁ ଟ୍ରକ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତ୍ୱ ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଏହାପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଲା ବର୍ତ୍ତମାନ ପୋଲିସ ଏହି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.