fbpx

ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ; ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଥର କଲେଣି ହମଲା

Advertisement

ଓଡିଶା ଭାସ୍କର; ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଦୁଇ ଦୁଇଥର ହମଲା । ତେବେ ଏହି ଆକ୍ରମଣରେ ପୁଲୱାମାର ନାଓପରା ଅଞ୍ଚଳରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।

ସୂଚନା ଅନୁଯାୟୀ, ରବିବାର ଇଦ୍‌ଗା ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଉକ୍ତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପୁଣି ଆଜି ନାଓପରା ଅଞ୍ଚଳରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରି ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ସୂଚନା ରହିଛି । ତେବେ ଆତଙ୍କବାଦୀମାନେ ଗତ ୨୪ ଘଣ୍ଟା ମଧ୍ୟରେ ପୁଲୱାମାରେ ଦୁଇ ଦୁଇଥର ହମଲା କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂ କହିଛନ୍ତି ଯେ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇଛି ଏବଂ ଆକ୍ରମଣକୁ ନେଇ ସତର୍କତା ଅବଲମ୍ବନ କରିଛି ।

Get real time updates directly on you device, subscribe now.