fbpx

ଐତିହାସିକ ନିଷ୍ପତ୍ତି, ପ୍ରଥମ ଥର ଏହି ମନ୍ଦିରରେ ନିଯୁକ୍ତ ହେଲେ ମହିଳା ପୂଜାରୀ

Advertisement

ପିଥୌରାଗଡ: ଉତ୍ତରାଖଣ୍ଡରେ ପ୍ରଥମଥର ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ଦିର କମିଟି ଏକ ଐତିହାସିକ ନିଷ୍ପତ୍ତି ନେଇ ୨ ଜଣ ମହିଳାଙ୍କୁ ମନ୍ଦିରରେ ପୂଜାରୀ ଭାବରେ ନିଯୁକ୍ତ କରିଛନ୍ତି । ପିଥୌରାଗଡ ଜିଲ୍ଲାର ଚଣ୍ଡାକସ୍ଥିତ ସିକନ୍ଦାନୀ ଗ୍ରାମର ଯୋଗେଶ୍ୱର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଥମ ଥର ଲାଗି ୨ ଜଣ ମହିଳା ପୂଜାରୀଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟ ଓ ସହାୟକ ମହିଳା ପୂଜାରୀଙ୍କ ଉପରେ ଫୁଲ ବର୍ଷା କରାଯାଇ ଜୋରଦାର ସ୍ୱାଗତ କରାଯାଇଛି । ମନ୍ଦିର କମିଟିର ଅଧ୍ୟକ୍ଷ ଆଚାର୍ଯ୍ୟ ଡା.ପିତାମ୍ବର ଅବସ୍ଥି ବିଧି ବିଧାନର ସହିତ ମଞ୍ଜୁଳାଙ୍କୁ ମୁଖ୍ୟ ପୂଜାରୀ ଓ ସୁମନଙ୍କୁ ସହାୟକ ପୂଜାରୀ ଦାୟିତ୍ୱ ଦେଇଛନ୍ତି ।

ମନ୍ଦିର କମିଟିର ମତ ପୁରୁଷଙ୍କ ତୁଳନାରେ ମହିଳାମାନେ ନିଜ ପରିବାରର ସୁଖ ସମୃଦ୍ଧି ଲାଗି ଅଧିକ ବ୍ରତ ଉପବାସ ରଖିଥାନ୍ତି । ଏହାସତ୍ତ୍ୱେ ବି ତାଙ୍କୁ ପୂଜାରୀ ଦାୟିତ୍ୱ ଦିଆଯାଇ ନ ଥାଏ । ଆମ ପବିତ୍ର ସନାତନ ପରମ୍ପରାକୁ ମହିଳାମାନେ ଜୀବନ୍ତ କରିପାରିଛନ୍ତି । ଡା. ଅବସ୍ଥି କହିଛନ୍ତି ରୁଢିବାଦୀ ପରମ୍ପରାକୁ ଭାଙ୍ଗି ଆମେ ମହିଳା ସଶକ୍ତିକରଣ ପ୍ରୟାସକୁ ଆହୁରି ଆଗକୁ ନେବୁ । ମନ୍ଦିରରେ ସବୁ ଧର୍ମର ଲୋକମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.