ପୁଞ୍ଚରେ ଆତଙ୍କୀ ଆକ୍ରମଣ, ଗିରଫ ପାକ୍ ଆତଙ୍କବାଦୀର ମୃତ୍ୟୁ, ୩ ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଜଙ୍ଗଲରେ ସେନା ଏବଂ ପୋଲିସର ମିଳିତ ଅପରେସନ ସମୟରେ ରବିବାର ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ସୁରକ୍ଷା ବଳ ଦ୍ୱାରା ଗିରଫ ହୋଇଥିବା ଜଣେ ପାକିସ୍ତାନୀ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ତିନି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି ରଜୌରୀ ଜିଲ୍ଲାର ଥାନାମଣ୍ଡୀ ଏବଂ ପୁ’ ର ସୁନରକୋଟ ନିକଟ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ଼ ଅପରେସନ ଚାଲିଛି ।

ଅଧିକାରୀଙ୍କ କହିବା ଅନୁଯାୟୀ ଆତଙ୍କୀଙ୍କ ଠିକଣା ଚିହ୍ନିବା ପାଇଁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କୀ ଜିୟା ମୁସ୍ତଫାଙ୍କୁ ଭଟ୍ଟା ଦୁରିଆ ନିଆଯାଇଥିଲା । ମାତ୍ର ଯେତେବେଳେ ସେମାନେ ଆତଙ୍କବାଦୀଙ୍କ ଠିକଣା ସ୍ଥାନରେ ପହଞ୍ଚିଥିଲେ ସେତେବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ମୁସ୍ତଫା ମଧ୍ୟ ଆହତ ହୋଇଥିଲା । ପରେ ତା’ର ମୃତ୍ୟୁ ଘଟିଛି ।

ଅଧିକାରୀ ଆହୁରି କହିଛନ୍ତି ରବିବାର ୧୪ ଦିନରେ ମଧ୍ୟ ଅଭିଯାନ ଜାରି ରହିଥିଲା । ଏହା ପୂର୍ବରୁ ୧୧ ଅକ୍ଟୋବର ଏବଂ ୧୪ ଅକ୍ଟୋବରରେ ସୁରନକୋଟ ଏବଂ ମେଣ୍ଢର ରେ ଭିନ୍ନ ଭିନ୍ନ ଘଟଣାରେ ନଅ ଜଣ ସୈନ୍ୟ ଶହୀଦ ହୋଇଥିଲେ ।