fbpx

ଲାଗୁ ହେଲା ନୂଆ ନିୟମ: ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ଘଟିଲେ ୨ ଲକ୍ଷ ଦେବେ ସରକାର, ଆହତଙ୍କୁ ବି ଦୈନିକ ୭୦୦ ମିଳିବ

ନୂଆଦିଲ୍ଲୀ: ଅନେକ ସମୟରେ ରାସ୍ତାଘାଟରେ, ମନ୍ଦିର ନିକଟରେ ଓ କିଛି ପର୍ଯ୍ୟଟନ ସ୍ଥଳୀମାନଙ୍କରେ ମାଙ୍କଡ଼ମାନେ ସାଧାରଣ ଲୋକଙ୍କୁ ଆକ୍ରମଣ କରିଥାନ୍ତି । ଅନେକ ସମୟରେ ମାଙ୍କଡ଼ ଆକ୍ରମଣରେ ଲୋକମାନେ ଆହତ ହେବା ସହିତ ଅନେକଙ୍କର ମୃତ୍ୟୁ ଘଟିଥିବାର ମଧ୍ୟ ଉଦାହରଣ ଦେଖିବାକୁ ମିଳିଛି । ଏଥିସହିତ ବେଳେବେଳେ ଲୋକଙ୍କର ପଇସା, ମୋବାଇଲ ଫୋନ, ବ୍ୟାଗ ଆଦି ଛଡ଼ାଇ ନେଇଥାଏ ମାଙ୍କଡ଼ । ତେବେ ଏହା ମଧ୍ୟରେ ମାଙ୍କଡ଼ ଆକ୍ରମଣକୁ ନେଇ ଆସିଛି ଏକ ନୂଆ ନିୟମ ।

ସୂଚନା ମୁତାବକ, ଥାଇଲାଣ୍ଡ ସରକାର ମାଙ୍କଡ଼ ଆକ୍ରମଣର ପୀଡ଼ିତଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି । ଜଣେ ବ୍ରିଟେନ ମହିଳା ପର୍ଯ୍ୟଟକ ଥାଇଲାଣ୍ଡ ବୁଲିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ମାଙ୍କଡ଼ ଆକ୍ରମଣ କରିଥିଲା । ତେବେ ଏହି ଘଟଣାରେ ପୀଡ଼ିତାଙ୍କୁ ସରକାରଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯିବ । ଏକ ରିପୋର୍ଟ ମୁତାବକ, ସରକାର ପୀଡ଼ିତଙ୍କ ଚିକିତ୍ସା ପାଇଁ ୬୯,୯୬୧ ଟଙ୍କା ପ୍ରଦାନ କରିବେ ।

ଯଦି ଆଘାତ ଜନିତ କାରଣରୁ ପୀଡ଼ିତ ଜଣଙ୍କ କାମ କରିବାକୁ ଯାଇ ନପାରନ୍ତି ତେବେ ତାଙ୍କୁ ୧୮୦ ଦିନ ପାଇଁ ଦୈନିକ ୬୯୭ ଟଙ୍କା ଲେଖାଁ ମିଳିବ । ଏଥିସହିତ ଯଦି ମାଙ୍କଡ଼ ଆକ୍ରମଣରେ କାହାର ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ୨.୩୩ ଲକ୍ଷ ଟଙ୍କାର ସହାୟତା ମିଳିବ । ବନ୍ୟଜୀବ ସଂରକ୍ଷଣ କାର୍ଯ୍ୟାଳୟ ଦ୍ୱାରା ଏହି ଫଣ୍ଡ ପ୍ରଦାନ କରାଯିବ । ଥାଇଲାଣ୍ଡର ସେଣ୍ଟ୍ରାଲ ଏସିଆର ଲୋପବୁରୀ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳା ଗୁରୁତର ହେବା ପରେ ଏହି ନିୟମ ଲାଗୁ କରାଯାଇଛି । ଜଣେ ୩୬ ବର୍ଷୀୟା ମହିଳା ବଜାରରୁ ଘରକୁ ଫେରୁଥିବା ସମୟରେ ୨ଟି ମାଙ୍କଡ଼ ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ଶରୀରର ଏକାଧିକ ଅଙ୍ଗର ହାଡ଼ ଭାଙ୍ଗି ଯାଇଥିଲା ।

Get real time updates directly on you device, subscribe now.