fbpx

ଧର୍ମ ପାଇଁ କଠୋର ସାଜିଲା ପ୍ରଶାସନ; ରୋଜା ନ ରଖିବାରୁ ମୁସଲମାନମାନଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ରମଜାନ ସମୟରେ ଖାଦ୍ୟ ଖାଉଥିବା ୧୧ ଜଣ ମୁସଲମାନଙ୍କୁ ଗିରଫ କରିଛି ଇସଲାମିକ ପୋଲିସ । କାନୋରେ ମୁସଲମାନ ସଂଖ୍ୟାଗରିଷ୍ଠ ଏବଂ ଇସଲାମିକ ଶରିୟା ଆଇନ ବଳବତ୍ତର ରହିଛି । ଇସଲାମିକ ପୋଲିସକୁ ହିସବା ବୋଲି କୁହାଯାଏ । ଏହି ପୋଲିସ ପ୍ରାୟତଃ ରମଜାନ ମାସରେ ଖାଦ୍ୟ ସ୍ଥାନ ଏବଂ ବଜାରରେ ଚଢ଼ାଉ କରିଥାଏ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ବାକି ୧୦ ଜଣ ପୁରୁଷ ଅଛନ୍ତି । ଜାଣିଶୁଣି ଉପବାସ ନ କରିବାର ଭୁଲ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଏହି ଲୋକଙ୍କୁ ମୁକ୍ତ କରାଯାଇଥିଲା ।

ହିସବା ମୁଖପାତ୍ର ଲାଭାଲ ଫାଗେ ଗଣମାଧ୍ୟମକୁ କହିଛନ୍ତି, “ଆମେ ମଙ୍ଗଳବାର ୧୧ ଜଣଙ୍କୁ ଗିରଫ କରିଥିଲୁ, ସେମାନଙ୍କ ମଧ୍ୟରୁ ଜଣେ ଜଣେ ଚିନାବାଦାମ ବିକ୍ରେତା ଥିଲେ, ଯିଏ କି ନିଜ ଜିନିଷରୁ ଖାଉଥିଲେ ଏବଂ କିଛି ଲୋକ ଆମକୁ ସତର୍କ କରାଇଥିଲେ। ବାକି ୧୦ ଜଣଙ୍କୁ ସମଗ୍ର ସହରର ବଜାର ଅଞ୍ଚଳରୁ ଗିରଫ କରାଯାଇଛି, ଯେଉଁଠାରେ ବହୁତ ଗତିବିଧି ରହିଛି। ସର୍ଚ୍ଚ ଅପରେସନ ଜାରି ରହିବ କିନ୍ତୁ ଅଣମୁସଲମାନମାନେ ଏଥିରୁ ବାଦ୍ ପଡ଼ିଛନ୍ତି ବୋଲି ସେ କହିଛନ୍ତି।

ଆମେ ଅଣମୁସଲମାନମାନଙ୍କୁ ଗିରଫ କରୁନାହୁଁ କାରଣ ଏହା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ଜଣେ ମୁସଲମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଖାଦ୍ୟ ରୋଷେଇ କରୁଛନ୍ତି ବୋଲି ଜାଣିବା ପରେ ହିଁ ସେମାନଙ୍କୁ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଏ।

Get real time updates directly on you device, subscribe now.