fbpx
BSKY
BJD MC SKY
BJD YOUTH SKY

ଥମୁନି ନିଶା ନିବାରଣର ବର୍ବରତା : ପୁଣି ଯୁବକକୁ ନିର୍ମମ ଭାବରେ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏକ ଅଘଟଣା । ନିଶା ଠାରୁ ଦୂରେଇବା ଆଡରେ ନିର୍ଦ୍ଦୁମ ମାଡ ମାରୁଛନ୍ତି । ନିଶା ନିବାରଣ ନାଁରେ ଚାଲିଛି ଅତ୍ୟାଚାର । ପୁଣି ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଛି । ରାଜଧାନୀର ଧଉଳି ଥାନା ଅର୍ନ୍ତଗତ ସ୍ୱୀକାର ନିବାରଣ କେନ୍ଦ୍ରରେ ହତ୍ୟାକାଣ୍ଡ ହୋଇଛି । ନିଶା ନିବାରଣ କରିବାକୁ କହି ମଣିଷକୁ ପଶୁଠାରୁ ବି ହୀନ ବ୍ୟବହାର କରୁଛନ୍ତି ।

ସୂଚନା ଅନୁସାରେ, ଧଉଳୀର ସ୍ୱୀକାର ନିଶା ନିବାରଣ କେନ୍ଦ୍ରରେ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତକ ଜଣକ ଝରଣା ସାହିର ଛବି ନାୟକ । ଏନେଇ ଧଉଳି ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ୩ମାସ ପୂର୍ବରୁ ପୂର୍ବରୁ ଛବିଙ୍କୁ ନିଶା ନିବାରନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେଠାରେ ସିସିଟିଭି ଫୁଟେଜ ଦେଖିବା ସହ କେନ୍ଦ୍ରର ମାଲିକକୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.