fbpx

ଥମୁନି ମଣିପୁର ହିଂସା : ଅଜ୍ଞାତ ଦୁବୃର୍ତ୍ତର ଗୁଳିମାଡରେ ୨ ମୃତ, ୭ରୁ ଅଧିକ ଆହତ

ଇମ୍ଫାଲ : ସରକାରଙ୍କ କଡା ସୁରକ୍ଷା ପରେ ବି ଥମିବାର ନାମ ନେଉ ନାହିଁ ମଣିପୁର ହିଂସାକାଣ୍ଡ । ସୁରକ୍ଷା କଡାକଡି କରିବା ସତ୍ତ୍ୱେ ଅସାନ୍ତ ହେଉଛି ମଣିପୁର । ଗତକାଲି ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିର ମୃତ୍ୟୁ ହେବା ସହିତ ୭ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ମଣିପୁରରେ ଚାଷୀଙ୍କ ଉପରେ ଗୁଳିମାଡର ଘଟଣା ପରେ ଶାନ୍ତ ହୋଇ ଆସୁଥିବା ହିଂସାକାଣ୍ଡ ପୁଣି ଉତ୍ତେଜନାର ରୂପ ନେଇଛି ।

ସୂଚନା ଅନୁଯାୟୀ, ମଣିପୁରର ବିଷ୍ଣୁପୁର-ଚୁରାଚାନ୍ଦପୁରର ସୀମାରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ଏହି ଭୀଷଣ ହିଂସାକାଣ୍ଡ ଘଟିଥିବା ନେଇ ପୋଲିସ କହିଛି । ଏହି ହିଂସାକାଣ୍ଡରେ ଜଣେ ୩୦ ବର୍ଷିୟ ଗ୍ରାମ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ସୀମାରେ ଗୁଳିକାଣ୍ଡ ପରେପ୍ରତିହିଂସାର ନିଆଁରେ ଜଳୁଛନ୍ତି ବିଷ୍ଣୁପୁରର କୁକି ସଂପ୍ରଦାୟର ଲୋକେ । ଏହି ଅଘଟଣାର ଆଶଙ୍କା କରି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ହିଂସାକାଣ୍ଡ ପାଇଁ ପୋଲିସ ଅଜ୍ଞାତ ବ୍ୟକ୍ତିର ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ମେ’ ମାସରୁ ରାଜ୍ୟରେ ହିଂସାକାଣ୍ଡର ପରିସ୍ଥିତି ଲାଗିରହିଛି । ଏହି ହିଂସାକାଣ୍ଡରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ବାସହୀନ ମଧ୍ୟ ହୋଇଯାଇଛନ୍ତି । ଏହି ପରିସ୍ଥିତିର ସ୍ଥିତି ସୁଦୃଢ କରିବା ପାଇଁ କାଲିଠାରୁ ହିଁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.