fbpx

ତେଲେଙ୍ଗାନାରେ ଥମୁନି ବର୍ଷା : ଉଦ୍ଧାର ହେଲା ୧୪ ମୃତଦେହ

AAKASH

ତେଲେଙ୍ଗାନାରେ : ଲଗାଣ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ବନ୍ୟାର ପରିସ୍ଥିତି ଉପୁଜୁଛି । ତେଲେଙ୍ଗାନାରେ ବର୍ଷାର ବିତ୍ପତି, ୧୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେଲେଙ୍ଗାର ମୁଲୁଗୁ ଜିଲ୍ଲାରେ ସର୍ବାଧିକ ୬୪୯୮ମିମି ବର୍ଷା ରେକର୍ଡ କରାଯାଇଛି । ସୂଚନା ମିଳିଛ ଯେ, ୨୦୦୪ ପରଠାରୁ ସବୁଠାରୁ ଅଧିକବର୍ଷା ହୋଇଛି ।

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅନେକ ଅଞ୍ଚଳ ବନ୍ୟାରେ ବୁଢି ରହିବା ଦ୍ୱାରା ଅନେକ ଲୋକ ଏଥିରେ ଫସି ଅଛନ୍ତି । ଏନଡିଆରଏଫ ଟିମ ଉଦ୍ଧାର ପାଇଁ ସେଠାରେ ପହଞ୍ଚିଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ଭୁପାଲିପାଲି ଜିଲ୍ଲାର ମୋରଚି ପାଲି ଗାଁର ସ୍ଥତି ନିୟନ୍ତ୍ରଣ ବାହାରିଚହହି ।

ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୁଲୁଗୁ ଜିଲ୍ଲାରେ କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ ବୟୁସେନା ଓ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.