fbpx
BSKY
BJD YOUTH SKY
BJD MS SKY

ମଣିପୁର ହିଂସା ପଛରେ ବିଦେଶୀ ଷଡ଼ଯନ୍ତ! ପୂର୍ବ-ଉତ୍ତର ଭାରତରେ ଅସ୍ଥିରତାକୁ ନେଇ ଚେତାବନୀ ଦେଲେ ପୂର୍ବତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଗତ କିଛିମାସ ଧରି ମଣିପୁର ଜଳୁଛି । ହିଂସାକାଣ୍ଡରେ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଲୋକ ବାହହରା ହୋଇଯାଇଛନ୍ତି । ଏଥିସହିତ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବ୍ୟାହତ ହେବା ସହିତ ରାଜ୍ୟରେ ଅଶାନ୍ତ ପରିବେଶ ଲାଗି ରହିଛି । ତେବେ ମଣିପୁର ହିଂସାକୁ ନେଇ ପୂର୍ବତନ ସେନାଧ୍ୟକ୍ଷ ଏମଏମ ନରବଣେ ଏକ ବଡ଼ ବୟାନ ଦେଇଛନ୍ତି । ଏହି ହିଂସା ପଛରେ ବିଦେଶୀ ଶକ୍ତିର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ନରବଣେ ଚେତାବନୀ ଦେଇଛନ୍ତି ।

ବିଭିନ୍ନ ବିଦ୍ରୋହୀ ଗ୍ରୁପମାନଙ୍କୁ ଚୀନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ନେଇ ନରବଣେ ଆଶଙ୍କା ପ୍ରକାଶ କରିଛନ୍ତି । ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକରେ ଅସ୍ଥିରତା ସମଗ୍ର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଠିକ୍ ନୁହେଁ । ‘ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣ’ ଉପରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ନରବଣେ ଏପରି କହିଥିଲେ ।

ନରବଣେ କହିଛନ୍ତି, ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ରହିଥିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ବିଭିନ୍ନ ଉଗ୍ରବାଦୀ ସଂଗଠନକୁ ଚୀନ ସହାୟତା ପ୍ରଦାନ କରୁଛି । ଏହି ସଂଗଠନଗୁଡ଼ିକୁ ବର୍ଷ ବର୍ଷ ଧରି ଏପରି ସହାୟତା ମିଳି ଆସୁଛି । ଦୀର୍ଘ ବର୍ଷ ଧରି ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଚାଲିଥିବା ମାଦକ ଦ୍ରବ୍ୟର ତସ୍କରୀ ଚାଲିଆସୁଛି । ଏହି ହିଂସା ଦ୍ୱାରା ଅନେକ ସଂସ୍ଥା ଲାଭବାନ ହେଉଥିବେ । ସେଥିପାଇଁ ବୋଧହୁଏ ହିଂସାର ଅନ୍ତ ଘଟିବାର ନାଁ ଧରୁନାହିଁ । ହିଂସାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.