fbpx

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ ପାଉଡର ଖାଉଥିଲେ ସାବଧାନ: କିଡନୀ ଅକାମୀ, ହୃଦଘାତ ଓ ବ୍ରେନ ଷ୍ଟ୍ରୋକ ନେଇ ସତର୍କ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପୀଢ଼ି ପ୍ରୋଟିନ ପାଉଡର ଜାଲରେ ପଡ଼ିଛନ୍ତି । ଦିନକୁ ଦିନ ଜିମର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ପ୍ରୋଟିନ ଖାଇ ନିଜ ଶରୀରକୁ ବଳିଷ୍ଠ, ଶକ୍ତିଶାଳୀ କରିବାକୁ ଯୁବକମାନେ କଠିନ ପରିଶ୍ରମ କରୁଛନ୍ତି । ଜିମ ଟ୍ରେନରମାନେ ସେମାନଙ୍କର ଫାଇଦା ପାଇଁ ଯୁବପୀଢ଼ିଙ୍କୁ ପ୍ରୋଟିନ ଖାଇବାକୁ ପରାଶର୍ମ ଦେଉଛନ୍ତି । ତେବେ ଅନେକ ଯୁବକ ଶୀଘ୍ର ମାଂସପେଶୀ ବଢ଼ାଇବା ଲକ୍ଷ୍ୟରେ ପ୍ରଚୁର ପ୍ରୋଟିନ ସେବନ କରୁଥିବା ଦେଖାଯାଉଛି ।

ରାଜଧାନୀ ଭୁବନେଶ୍ୱରର ଷ୍ଟୋରମାନଙ୍କରେ ବିଭିନ୍ନ ଭେରାଇଟର ପ୍ରୋଟିନ ପାଉଡର ଗଦା ହୋଇଥିବା ବେଳେ ଅନେକ ଅନଲାଇନରେ ଅର୍ଡର କରୁଛନ୍ତି । ପ୍ରୋଟିନ ପାଉଡରର ମୂଲ୍ୟ ହଜାର ହଜାର ଟଙ୍କା ହୋଇଥିବା ବେଳେ ଏହାକୁ ମନଇଚ୍ଛା ଖାଇ, ଜିମ ଯାଇ ବଡି ଦେଖାଇ ବୁଲୁଛନ୍ତି ଅନେକ ଯୁବକ । ତେବେ ଯେଉଁ ଜିମ ଟ୍ରେନରମାନେ ପ୍ରୋଟିନ ଖାଇବାକୁ ପରାମର୍ଶ ଦେଉଛନ୍ତି, ସେମାନେ ହୁଏତ ଠିକ୍ କହୁଥାଇ ପାରନ୍ତି । ମାତ୍ର ସେମାନେ ଡାକ୍ତର ନୁହନ୍ତି । ପୋଷକ ତତ୍ତ୍ୱ, ଡାଏଟ୍ ଉପରେ ସେମାନଙ୍କର ଅଭିଜ୍ଞତା କେତେ ତାହା ଏକ ବଡ଼ ପ୍ରଶ୍ନ । ତେଣୁ ଏଭଳି ସ୍ଥିତିରେ ଯୁବପୀଢ଼ିଙ୍କ ଭବିଷ୍ୟତ ଏବେ ସଙ୍କଟ ଆଡ଼କୁ ଗତି କରିବାରେ ଲାଗିଛି ।

 

ଆଜିକାଲି ଅନେକ ସେଲିବ୍ରେଟି, ଯୁବକ ଫିଟ ଥାଇ ମଧ୍ୟ ହାର୍ଟ ଆଟାକରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କାହା ଶରୀର ପାଇଁ କେତେ ମାତ୍ରାରେ ପ୍ରୋଟିନ ଆବଶ୍ୟକ, ସେନେଇ ଜ୍ଞାନ ରହିବା ନିହାତି ଜରୁରୀ । ଅନେକ ଜିମ ଟ୍ରେନର କିଛି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପ୍ରୋଟିନ ଖାଇବାକୁ ଜିମ୍ ଯାଉଥିବା ଯୁବକମାନଙ୍କୁ ପରାମର୍ଶ ଦେଉଥିବା ଅଭିଯୋଗ ହୁଏ । ତେଣୁ ଏଭଳି ଖରାପ ଟ୍ରେଣ୍ଡକୁ ନେଇ ପ୍ରଶାସନ କିଛି ପଦକ୍ଷେପ ନେବା ଜରୁରୀ । ମନଇଚ୍ଛା ପ୍ରୋଟିନ ଖାଇବା ଫଳରେ ତାହା ଆମ ଶରୀର ପାଇଁ ଘାତକ ସାଜିବାର ସମ୍ଭାବନା ରହିଛି । ଏପରିକି ସୁନ୍ଦର ସ୍ୱାସ୍ଥ୍ୟ ଆଶାରେ ପ୍ରୋଟିନ ସେବନ କରୁଥିବା ମଣିଷଟି ବ୍ରେନ ଷ୍ଟ୍ରୋକ ଓ ହୃଦଘାତର ସମ୍ମୁଖୀନ ହୋଇଥାଏ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

Get real time updates directly on you device, subscribe now.