fbpx

ଥାନାରେ ତୁମୁଳ କାଣ୍ଡ: ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି

ଢେଙ୍କାନାଳ: ଆଜି ପୌର ନିର୍ବାଚନ ପାଇଁ ମତଦାନ ସରିଥିବାବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି । ଯାହାକୁ ନେଇ ଢେଙ୍କାନାଳ ଥାନାରେ ଏତଲା ସମୟରେ ଘଟିଥିଲା ତୁମୁଳ କାଣ୍ଡ । ଟାଉନ ଥାନା ପରିସରରେ ବିଜେପି-ବିଜେଡି କର୍ମୀ ହାତାହାତି ହୋଇଛନ୍ତି ।

ଗୁରୁବାର ଅପରାହ୍ନ ୪ ଟା ସମୟରେ ୧୫ନମ୍ବର ୱାର୍ଡରେ ଭୋଟ ଏପଟ ସେପଟ ଘଟଣାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀ ଥାନାକୁ ଏତଲା ପାଇଁ ଆସିଥିଲେ । କିନ୍ତୁ ଥାନା ଥାନା ପରିସରରେ ବଚସାରୁ ଉଭୟ ଦଳର କର୍ମୀଙ୍କ ପରସ୍ପରକୁ ଆକ୍ରମଣ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

Get real time updates directly on you device, subscribe now.