fbpx

ଧାମନଗରରେ ନିର୍ବାଚନୀ ହିଂସା; ୧୪୪ ଧାରା ଜାରି କଲେ ଜିଲ୍ଲାପାଳ

ଭଦ୍ରକ: ରାଜ୍ୟରେ ଚଳିତ ପୌର ନିର୍ବାଚନ ସୁରୁଖୁରୁରେ ସରିଥିଲେ ବି କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଗୁରୁବାର ଭଦ୍ରକରେ ପୌର ନିର୍ବାଚନ ସମୟରେ ଭଦ୍ରକ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ରେ ବୁଥ୍ ରିଗିଂକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥଲା ଏବଂ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ଯାହାକୁ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ସେଠାରେ ମତଦାନ ବନ୍ଦ ରହିଛି ।

ସେପଟେ ହିଂସାକୁ ଦୃଷ୍ଟିରେ ରଖି ଧାମନଗର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ଗୁରୁବାର ଅର୍ଥାତ୍ ଆଜି ରାତି ୯ଟା ୩୦ରୁ ଶୁକ୍ରବାର ସକାଳ ୫ ଟା ଯାଏଁ ୧୪୪ ଧାରା ଜାରି ରହିବ । ୧୪୪ ଧାରା ଲାଗୁ ସମୟରେ ସର୍ବସାଧାରଣ ସ୍ଥାନରେ ୫ ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.