fbpx
BJD SKY
BJD SKY

ହ୍ୱାଟସଆପ୍‌ରେ ମିଳିବ AI ଫିଚର, ଏହିପରି କରିପାରିବେ ବ୍ୟବହାର

BJD

ଓଡ଼ିଶା ଭାସ୍କର: ଏବେ ସବୁଆଡେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ବି ପଛରେ ନାହିଁ । ଏଥିପାଇଁ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।
ଖୁବ୍ ଶୀଘ୍ର ମେଟାର ଏହି ଆପ୍ ଏଆଇ କ୍ଲବରେ ସାମିଲ ହୋଇଯିବ । ଭାରତରେ ବହୁ ୟୁଜର୍ସଙ୍କୁ  Meta AI ଆଇକନ୍ ମଧ୍ୟ ନଜର ଆସିଲାଣି । ଏହି ଏଆଇ ଟୁଲ୍ Llma ମଡେଲ୍‌ରେ କାମ କରିଥାଏ । ମେଟା ଦ୍ୱାରା ବିକଶିତ କରାଯାଇଥିବା ଏହା ଆଡଭାନ୍ସଡ୍ ଇଣ୍ଟେଲିଜେନ୍ସ ଟେକ୍ନୋଲଜି ଅଟେ । ହ୍ୱାଟସଆପ୍ ୟୁଜର ଏହି AI ଟୁଲ ସାହାଯ୍ୟରେ ବିଭିନ୍ନ ପ୍ରକାର ପ୍ରଶ୍ନ କରିପାରିବେ ଯାହାର ଉତ୍ତର ସେମାନଙ୍କୁ ତୁରନ୍ତ ମିଳିଯିବ ।

ହ୍ୱାଟସଆପ୍‌ରେ ଏହି ଫିଚର ମିଳିଗଲେ ବହୁତ କିଛି ବଦଳି ଯିବ । ଏ ପର୍ଯ୍ୟନ୍ତ ଆମକୁ ଏଆଇର ଉପଯୋଗ କରିବା ପାଇଁ ଅଲଗା ଆପ୍ ଇନଷ୍ଟଲ କରିବାକୁ ପଡୁଥିଲା । ଏବେ ଆଉ ଏହା କରିବାକୁ ପଡିବ ନାହିଁ । ହ୍ୱାଟସଆପର ଏହି ଲାଟେଷ୍ଟ ଫିଚର ପରେ ଆପଣଙ୍କୁ ଏହି ଆପ୍‌ରେ ଚାଟିଂ ସହିତ ଏକ କ୍ଲିକ୍ କରି ଏଆଇ ଆକ୍ସେସ ମିଳିଯିବ । ଏହି ପ୍ରକାର ଏଆଇ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟର ଅଂଶ ପାଲଟିଯିବ ।

ଏକ ରିପୋର୍ଟ ଅନୁସାରେ ଏହି ଫିଚର ଆଓଏସ୍ ଓ ଆଣ୍ଡ୍ରଏଡ୍ ବିଟା ଭର୍ସନ ଲାଗି ଉପଲବ୍ଧ । Meta AI ର ଫିଚର ଆପଣଙ୍କୁ ହ୍ୱାଟସଆପର ଉପରି ଭାଗରେ ଏକ ବୃତ୍ତାକାର ଲୋଗୋ ରୂପରେ ନଜର ଆସିବ । ଏହାକୁ ଆପଣ ଇଂରାଜୀ ଭାଷାରେ ବ୍ୟବହାର କରିପାରିବେ । ମେଟା ଏଆଇ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ସ୍କ୍ରିନ୍‌ରେ ଏକ ନୂଆ ୱିଣ୍ଡୋ ଖୋଲିଯିବ । ଏହା ଉପରେ ଆପଣ କୌଣସି ବି ପ୍ରଶ୍ନ ଏଆଇକୁ କରିପାରିବେ ।

Get real time updates directly on you device, subscribe now.