fbpx

ଗେମିଂ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଦ୍ୱାଦଶ ପରେ ନିଯୁକ୍ତିର କ’ଣ ରହିଛି ସୁଯୋଗ ଏବଂ କେତେ ରହିଛି ବାର୍ଷିକ ପ୍ୟାକେଜ୍

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ମାତ୍ର ଗୋଟିଏ କ୍ଲିକରେ ଘରେ ବସି ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି । ସାଧାରଣତଃ ବୋର୍ଡ଼ ପରୀକ୍ଷା ଶେଷ ହେଲା ପରେ ଅଧିକାଂଶ ଅଭିଭାବକ ଏବଂ ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତା କରିଥାନ୍ତି । ଆଜିକାଲି ଅନେକ ବିକଳ୍ପ ଉପଲବ୍ଧ ହେଉଥିବାରୁ କ୍ୟାରିୟର ଚୟନ କରିବାରେ ଦ୍ୱନ୍ଦ ଉପୁଜିଥାଏ । ଏଥିମଧ୍ୟରେ ଗେମିଂ ଇଣ୍ଡଷ୍ଟ୍ରି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ୍ ଗେମିଂ ମନୋରଞ୍ଜନର ସବୁଠାରୁ ବଡ଼ ମାଧ୍ୟମ । ତେଣୁ ଏହା ଏକ ଉତ୍କୃଷ୍ଟ କ୍ୟାରିୟର ଭାବେ ଉଭା ହୋଇଛି ।

ଆଜିକାଲି ଗେମିଂ ଶିଳ୍ପରେ ଦିନକୁ ଦିନ ନୂଆ ନୂଆ ରୋଜଗାରର ସୁଯୋଗ ସୃଷ୍ଟି ହେଉଛି । ଭାରତ ସରକାର ମଧ୍ୟ ଗେମିଂ ଇଣ୍ଡଷ୍ଟ୍ରିକୁ ସପୋର୍ଟ କରୁଛନ୍ତି । ଦ୍ୱାଦଶ ପରେ ଯଦି ଆପଣ କ୍ୟାରିୟର ଗ୍ରୋଥ୍ ସହ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଗେମିଂ ଇଣ୍ଡଷ୍ଟ୍ରି ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି କ୍ଷେତ୍ରରେ କ୍ୟାରିୟର କରିବା ପାଇଁ କେଉଁ ସବୁ ପଦବୀ ରହିଛି ଏବଂ ବାର୍ଷିକ ଆପଣଙ୍କୁ କେତେ ପ୍ୟାକେଜ ମିଳିବ ?

ଗେମିଂ ଇଣ୍ଡଷ୍ଟ୍ରି ସହ ଜଡ଼ିତ କୋର୍ସ

– B.Sc ଇନ୍ ଆନିମେସମନ୍ ଆଣ୍ଡ୍ ଗେମିଂ
– B.Sc ଇନ୍ ଆନିମେସମନ୍ ଗେମ୍ ଡିଜାଇନିଂ ଆଣ୍ଡ୍ ଡେଭେଲପମେଣ୍ଟ
– B.Sc ଇନ୍ ଗ୍ରାଫିକ୍ସ, ଆନିମେସନ୍ ଆଣ୍ଡ୍ ଗେମିଂ
– BA ଇନ୍ ଆନିମେସମନ୍ ଆଣ୍ଡ୍ କମ୍ପ୍ୟୁଟର ଗ୍ରାଫିକ୍ସ
– BA ଇନ୍ ଡିଜିଟାଲ ଫିଲ୍ମ ମେକିଂ ଆଣ୍ଡ୍ ଆନିମେସନ୍‌

ଗେମିଂ କୋର୍ସ କରିବା ପରେ ଏହି ସବୁ କ୍ଷେତ୍ରରେ ପ୍ରମୁଖ କ୍ୟାରିୟର ସୁଯୋଗ ରହିଛି

– ଗେମିଂ ରାଇଟର(Gaming Writer)
– ଗେମିଂ ଆନିମେଟର
– ଗେମ୍ ପ୍ରଡ୍ୟୁସର
– ଗେମ୍ ଡିଜାଇନର
– ଗେମ୍ ଟେଷ୍ଟର
– ଗେମ୍ ପ୍ରୋଗ୍ରାମର
– ଗେମ୍ ଆର୍ଟିଷ୍ଟ
– ଅଡିଓ ଇଂଜିନିୟର
– କ୍ରିଏଟିଭ୍ ଡାଏରେକ୍ଟର
– ଲିଡ୍ ଆର୍ଟିଷ୍ଟ

ଗେମିଂ ଇଣ୍ଡଷ୍ଟ୍ରିରେ ବାର୍ଷିକ କେତେ ରହିଛି ପ୍ୟାକେଜ୍ ?

ଗେମିଂ ଇଣ୍ଡଷ୍ଟ୍ରିରେ ଆପଣ ଏକ ଭଲ ପ୍ୟାକେଜରୁ କ୍ୟାରିୟର ଆରମ୍ଭ କରିପାରିବେ । ଏଥିରେ ବାର୍ଷିକ ୫ରୁ ୮ ଲକ୍ଷର ପ୍ୟାକେଜ୍ ରହିଛି । ଅଭିଜ୍ଞତା ବୃଦ୍ଧି ହେଲେ ବାର୍ଷିକ ୧୩ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ମିଳିଥାଏ ।

Get real time updates directly on you device, subscribe now.