fbpx
BSKY SKY
BSKY SKY

(Video) ସୁନା ପାଇଁ ଭାଙ୍ଗିଗଲା ବାହାଘର: ଅଧିକ ସୁନା ପାଇଁ ଜିଦି କଲେ ପୁଅଘର ଲୋକେ, ସୁନା ଦର ଦେଖି ମୁଣ୍ଡରେ ହାତଦେଲେ ଝିଅଘର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ହୁ ହୁ ହୋଇ ବଢ଼ୁଛି । କିଛି ଦିନ ତଳେ ସୁନା ଦର ୬୦ ହଜାର ଉପରେ ଥିବାବେଳେ ଏବେ ୭୩ ହଜାରରେ ପହଞ୍ଚି ଗଲାଣି । ଗତ ୧୧ ତାରିଖରେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ରହିଥିବା ବେଳେ ୧୨ରେ ତାହା ୧୦୯୦ ଟଙ୍କା ବୃଦ୍ଧି ଘଟିଥିଲା । ସେହିପରି ଆଜି ବଜାରରେ ୧୦ ଗ୍ରାମ ସୁନା ଦର ୭୩ ହଜାର ୪୭୦ ଟଙ୍କା ରହିଛି । ସୁନା ପରି ରୂପା ଦର ମଧ୍ୟ ବଢ଼ିବାରେ ଲାଗିଛି ।

ସୁନା ଦର ଏତେ ବଢ଼ିଗଲାଣି ଯେ ବିବାହ, ବ୍ରତ ପାଇଁ କନ୍ୟାଘର ଲୋକେ ଡରିଲେଣି । ସୁନା ଦର ଅଧିକ ରହିଥିବାରୁ ଜଣେ ବ୍ୟକ୍ତି ତାଙ୍କର ଝିଅ ବିବାହରେ ସୁନା କିଣିବାକୁ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ମୁଣ୍ଡରେ ହାତ ଦେଲେଣି । ତେବେ ସୁନା ପାଇଁ ଜଣେ ଯୁବତୀଙ୍କର ବାହାଘର ଭାଙ୍ଗି ଯାଇଥିବା କଥା ସାମ୍ନାକୁ ଆସିଛି । ଏନେଇ ଜଣେ ଯୁବତୀ ସବୁ କଥା କହିଛନ୍ତି । ବର ପକ୍ଷ ଅଧିକ ସୁନା ନେବାକୁ ଜିଦ୍ଦି କରିଥିବା ବେଳେ କନ୍ୟାପକ୍ଷ ତାହା ଦେବାକୁ ଅସମର୍ଥ ଥିଲେ । ଶେଷରେ ବାହାଘର ଭାଙ୍ଗିଯାଇଥିଲ । ତେଣୁ ଅନ୍ୟ କାହା ସହ ଏପରି ନଘଟୁ ବୋଲି ଯୁବତୀ ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.