fbpx
BSKY SKY
BSKY SKY

ସରକାରୀ ଅଫିସର ହେବା ପାଇଁ କେତେ ସମୟ ପଢିବା ଜରୁରୀ? ଟପ୍ IAS ନିଜେ ଦେଲେ ପରାମର୍ଶ, ପରୀକ୍ଷା ପୂର୍ବରୁ ଜାଣନ୍ତୁ ଡିଟେଲ୍ସ

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୟୁପିଏସସି ପ୍ରିଲିମ୍ସ ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି । ଏଥିରେ ପ୍ରାର୍ଥୀମାନଙ୍କୁ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରିବା ଲାଗି ଅଧିକ ସମୟ ମିଳିଲା । ଏହାରି ମଧ୍ୟରେ ଆଇଏଏସ ଅବନୀର ଶରଣ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ନିଜ ଅଭିଜ୍ଞତା ହିସାବରେ ଖାସ ଟିପ୍ସ ସେୟାର କରିଛନ୍ତି । ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନଙ୍କ ପାଇଁ ଏଥିରେ ଅନେକ ସହାୟତା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ପରୀକ୍ଷା ପାସ କରିବା ଲାଗି ଜଣେ ବ୍ୟକ୍ତିଙ୍କୁ କେତେ ସମୟ ପଢିବା ଆବଶ୍ୟକ ।

ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ୧୮ରୁ ୨୦ ଘଣ୍ଟା ପରିଶ୍ରମ କରୁଛନ୍ତି । ପ୍ରତ୍ୟେକ ନିଜ ନିଜ ହିସାବରେ ପଢିଥାଆନ୍ତି । କିଏ କିଏ ଅଳ୍ପ ସମୟ ପଢି ସବୁ ଜିନିଷ ମନେ ରଖୁଥିବା ବେଳେ ଅନ୍ୟ କେତେକ ପିଲା ୧୦ ରୁ ୨୦ ଘଣ୍ଟା ପଢିବା ପରେ ମଧ୍ୟ ପରୀକ୍ଷାରେ ଫେଲ ହୋଇଯାଆନ୍ତି । ଆଇଏଏସ ଅବନୀଶ ଶରଣ ସୋସିଆଲ ମିଡିଆ ସାଇଟ ଏକ୍ସରେ ୟୁଟ୍ୟୁବ ବ୍ଲଗର ଦୁଇଟି ପୋଷ୍ଟ ସେୟାର କରିଛନ୍ତି । ଏଥିରେ ୧୮ ଘଣ୍ଟାର ସେଡ୍ୟୁଲ ବିଷୟରେ କୁହାଯାଉଛି । ଏଥିରେ ଆଇଏଏସ ଅବନୀଶ ଶରଣ ଲେଖିଛନ୍ତି ଯେ, ଏହି ବ୍ଲଗରୁ ଦୂରେଇ ରୁହନ୍ତୁ, ଏତେ ଘଣ୍ଟା ବି ପଢିବା ଆବଶ୍ୟକ ନୁହେଁ ।

ସେ ଏହି ବ୍ଲଗ ର କମେଣ୍ଟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ଏହି ପୋଷ୍ଟରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି ଯେ, ସେ ୧୦ ରୁ ୧୨ ଘଣ୍ଟା ଏବଂ ବେଳେବେଳେ ୧୪ ଘଣ୍ଟା ମଧ୍ୟ ପଢନ୍ତି । ଏହି ସମୟ ମଧ୍ୟରେ ସେ ବିଶ୍ରାମ ମଧ୍ୟ କରନ୍ତି । ସେ ଅନ୍ୟ ଏକ ସମୟରେ ୧୮ ଘଣ୍ଟା ପଢିଥିଲେ ଏବଂ ୧୮ ଘଣ୍ଟା ଶୋଇଥିଲେ ।

Get real time updates directly on you device, subscribe now.