fbpx

ଏହି ଭୁଲ୍ କଲେ ଅଟକିଯିବ ଆପଣଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆଗାମୀ କିସ୍ତି, ଜାଣନ୍ତୁ କ’ଣ ସେହି ଭୁଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କୁ କିଷାନ ସମ୍ମାନ ନିଧି ଯୋଜନାରେ ୩ ଗୋଟି କିସ୍ତିରେ ବର୍ଷକୁ ୬,୦୦୦ଟଙ୍କା ଦେଉଛନ୍ତି । ଏହାର ୧୭ ତମ କିସ୍ତି ଏବେବି ବାକି ରହିଛି । କିନ୍ତୁ ଆପଣ ଯଦି ଏହି ଭୁଲ୍ କରିବେ ତେବେ ଆପଣଙ୍କୁ ଏହି କିସ୍ତି ମିଳିବ ନାହିଁ ।

କେନ୍ଦ୍ର ସରକାର କୃଷକଙ୍କ ଲାଗି ବହୁ ଯୋଜନା ପରିଚାଳନା କରୁଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ସରକାର ୨୦୧୯ରେ ଆରମ୍ଭ କରିଥିଲେ । ଯୋଜନା ଜରିଆରେ କୃଷକଙ୍କୁ କେନ୍ଦ୍ର ସରକାର ସିଧା ଆର୍ଥିକ ଲାଭ ଦେଉଛନ୍ତି ।

ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ୧୬ ତମ କିସ୍ତି ଜାରି କରାହୋଇଛି । ଏବେ ୧୭ ତମ କିସ୍ତି ଆସିବାର ଅଛି । କିନ୍ତୁ ଆପଣ ଯଦି କିଛି ଭୁଲ୍ କରିବେ ତେବେ ଆପଣଙ୍କ ଏହି କିସ୍ତି ଟଙ୍କା ଅଟକିଯିବ । କିଛି ଅଯୋଗ୍ୟ ହିତାଧିକାରୀ ଏବେ ଏହି ଯୋଜନାର ଲାଭ ଉଠାଉଛନ୍ତି । ଏବେ ସରକାର ଏପରି ଲୋକଙ୍କ ଚିହ୍ନଟ କରି ସେମାନଙ୍କ ଆବେଦନକୁ ଖାରଜ କରି ଦେଉଛନ୍ତି ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଗାମୀ ରାଶି ଆକାଉଣ୍ଟକୁ ଠିକ୍ ସମୟରେ ଆସିଯାଉ ତେବେ ଏଥିପାଇଁ ତୁରନ୍ତ ଇ-କେୱାଇସି ପଇଠ କରନ୍ତୁ । ଯେଉଁମାନେ ଇ-କେୱାଇସି ଦେଇନାହାନ୍ତି ସେମାନଙ୍କ ଆଗାମୀ କିସ୍ତି ଅଟକିଯିବ । ସେହିପରି ଯଦି ଆପଣ ଆବେଦନପତ୍ର ଭରିବା ସମୟରେ କିଛି ଭୁଲ୍ ସୂଚନା ଦେଇଛନ୍ତି ଯେପରିକି ନିଜ ନାମ, ଲିଙ୍ଗ, ଆଧାର କାର୍ଡ ନମ୍ବର, କିମ୍ବା ଅନ୍ୟ କୌଣସି ଭୁଲ୍ ସୂଚନା ଦେଇଛନ୍ତି ତେବେ ଆପଣ ଆଗାମୀ କିସ୍ତି ପାଇବାରୁ ବଞ୍ଚିତ ହେବେ ।

Get real time updates directly on you device, subscribe now.