fbpx

କାହିଁକି ସଂସଦରେ ସିଏଏ ବିଲ୍ ଚିରିଥିଲେ; ସେ ନେଇ ସ୍ପଷ୍ଟିକରଣ ରଖିଲେ ଅସଦୁଦ୍ଦିନ ଓୱେସି

ହାଇଦ୍ରାବାଦ: କେନ୍ଦ୍ର ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଅସାମ୍ବିଧାନିକ ବୋଲି ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି । ବିଜେପି ସିଏଏର ଅସାମ୍ବିଧାନିକ ଆଇନ ପ୍ରଣୟନ କରିଛି । ଏହା ସମାନତାର ଅଧିକାର ବିରୁଦ୍ଧରେ । ଏହା ଧର୍ମର ଭିତ୍ତିଭୂମି ଉପରେ ନିର୍ମିତ ।

ସେଥିପାଇଁ ମୁଁ ସଂସଦରେ ସେହି ଆଇନର ବିଲ୍ ଫାଡି ଦେଇଥିଲି । ଆମେ ସେତେବେଳେ ବିଲ୍ କୁ ବିରୋଧ କରୁଥିଲୁ ଏବଂ ଆଜି ଆମେ ଏହାକୁ ବିରୋଧ କରୁଛୁ ଏବଂ ଏହାକୁ ବିରୋଧ ଜାରି ରଖିବୁ । ସିଏଏର କଳା ଆଇନ ବିରୋଧରେ ଭୋଟ୍ ଦେଇ ହାଇଦ୍ରାବାଦବାସୀ ବିଜେପିକୁ ପରାସ୍ତ କରିବେ ।

୨୦୧୯ ମସିହାରେ କରାଯାଇଥିବା ନାଗରିକତା ସଂଶୋଧନ ନିୟମକୁ କେନ୍ଦ୍ର ସରକାର ଗତ ମାସରେ କାର୍ଯ୍ୟକାରୀ କରିଛନ୍ତି । ଏହି ଆଇନ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ନାଗରିକତା ପ୍ରଦାନ କରାଯିବ ।

 

Get real time updates directly on you device, subscribe now.