fbpx

ଏକା ସାଙ୍ଗରେ ଫାଟିଲା ୧୦-୧୨ ସିଲିଣ୍ଡର: ଭୟାନକ ଅଗ୍ନିକାଣ୍ଡରେ ଜଳୁଛି ୪୧ ଘର

ନୂଆଦିଲ୍ଲୀ: ଗଜିଆବାଦରେ ଘଟିଯାଇଛି ଏକ ଭୟାନକ ଅଗ୍ନିକାଣ୍ଡ । ଏକାସାଙ୍ଗରେ ୧୦ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହେବା ପରେ ନିକଟସ୍ଥ ପ୍ରାୟ ୪୧ଟି ଘର ଜଳି ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ପ୍ରଥମେ ଏଠାରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଗାଜିଆବାଦର ମକନପୁରରେ ଏଭଳି ଏକ ଘଟଣା ଘଟିଯାଇଛି । ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଭୀଷଣ ଅଗ୍ନିକାଣ୍ଡରେ ଝଲସି ଉଠିଛି ସାରା ଅଞ୍ଚଳ । ନିଆଁ ଲାଗିବାରୁ ଘଟଣାସ୍ଥଳରେ ପ୍ରାୟ ୧୦-୧୨ ଏଲପିଜି ସିଲିଣ୍ଡର ଫାଟିବାରୁ ଏହା ଆହୁରି ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପ୍ରାୟ ୨ ଘଣ୍ଟା ଉଦ୍ୟମ ପରେ ନିଆଁ ଉପରେ ଆୟତ୍ତ କରିବାରେ ସଫଳ ହୋଇଛି ଦମକଳ ବାହିନୀ । ତେବେ ଏହି ଅଗ୍ନିକାଣ୍ଡରେ ନିକଟସ୍ଥ ପ୍ରାୟ ୪୧ରୁ ଅଧିକ ଘର ପ୍ରଭାବିତ ହୋଇଛନ୍ତି ।

ଏହି ଘଟଣା ନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ରାହୁଲ ପାଲ୍ ସିଂହ କହିଛନ୍ତି ଯେ, ମକନପୁରରେ ଖାଲି ପଡ଼ିଥିବା ଜମିରେ ପ୍ରାୟ ୧୫୦ ଘର ରହିଛି । ଆଜି ପୂର୍ବାହ୍ନରେ ଏଠାରେ ଅଗ୍ନିକାଣ୍ଡ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଯଥାସମ୍ଭବ ପ୍ରୟାସ କରି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁ ଉପରେ ଆୟତ୍ତ କରିବାରେ ସପଳ ହୋଇଛି ଅଗ୍ନିଶମ ବାହିନୀ । ତେବେ ସ୍ଥାନୀୟ ଲୋକେ ବିପଦ ପୂର୍ବରୁ ଘଟଣାସ୍ଥଳରୁ ସୁରକ୍ଷିତ ବାହାରିଯିବାରେ ସପଳ ହୋଇଛନ୍ତି । ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବାରେ ମୋଟ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ତେବେ ବର୍ତ୍ତମାନ ଏଠାରେ ସ୍ତିତିରେ ସୁଦାର ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.