fbpx

ଆମକୁ ଅପହରଣ କରାଯାଇ ନାହିଁ, ବିଜେପି ଆଣିଥିବା ଅଭିଯୋଗ ମିଛ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ବରଗଡ଼ର ୯ଜିଲ୍ଲା ପରିଷଦ ସଦସ୍ୟ ଗଣମାଧ୍ୟମ ଆଗରେ ଆଜି ମୁହଁ ଖୋଲିଛନ୍ତି । ସେମାନେ କହିଛନ୍ତି ଆମକୁ କେହି ବି ଅପହରଣ କରିନାହାନ୍ତି । ଆମେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛୁ । ବିଜେପି ଯେଉଁ ଅଭିଯୋଗ ଆଣୁଛି ତାହା ସମ୍ପୂର୍ଣ୍ଣ ମିଛ । ଆମେ ୯ଜଣ ଜିଲ୍ଲା ପରିଷଦ ସଦସ୍ୟ ମାର୍ଚ୍ଚ ୨୮ତାରିଖରୁ ବିଜେପିରୁ ଇସ୍ତଫା ଦେଇ ସାରିଛୁ । ଇସ୍ତଫା ଦେବା ପରେ ବିଜେଡ଼ିରେ ସାମିଲ ହୋଇଛୁ ।

ବିଜେପି ଦ୍ୱାରା ଆମ ଅଞ୍ଚଳର କିଛି ବିକାଶ ହୋଇପାରିଲାନି ବୋଲି ସେମାନେ କହିଛନ୍ତି । ବିକାଶ ଧାରାରେ ସାମିଲ ହେବାକୁ ଆମେ ବିଜେଡ଼ିରେ ମିଶିଛୁ । ଗତକାଲି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି । ଏହାସହ ବିଜେପି ସଭ୍ୟଙ୍କୁ ବିଜେଡ଼ି ନେବାକୁ ଚେଷ୍ଟା କରୁଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ଏହାସହ ୯ସଦସ୍ୟଙ୍କ ମଧ୍ୟରୁ ୨ଜଣ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ଅପହରଣ ଅଭିଯୋଗ ଆଣିିଥିଲେ । ସୁଷମା ଭୋଇ ଓ ପାର୍ବତୀ ଭୋଇଙ୍କ ସ୍ୱାମୀ ଅଭିଯୋଗ ଆଣିିଥିଲେ ।

Get real time updates directly on you device, subscribe now.