fbpx
BJD SKY
BJD SKY

CUET-UG ୨୦୨୩ ଆବେଦନ ପାଇଁ ପ୍ରକାଶ ପାଇଲା ତାରିଖ, ମେ ୨୧ ରୁ ଆରମ୍ଭ ହେବ ପରୀକ୍ଷା

BJD

ନୂଆଦିଲ୍ଲୀ: ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା- ସିୟୁଇଟି – ସ୍ନାତକୋତ୍ତର ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବ। ଏହି ପରୀକ୍ଷା ୨୧ ରୁ ୩୧ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ଏକ ଟୁଇଟ୍ ଜରିଆରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ମମିଦାଲା ଜାଗଦେଶ କୁମାର ଏନେଇ ସୂଚନା ଦେଇଛନ୍ତି ଯେ ବିଷୟ ସଂଖ୍ୟା ଏବଂ ପ୍ରଶ୍ନପତ୍ରର ଫର୍ମାଟ୍ ସମାନ ରହିବ। ସାଧାରଣ ପରୀକ୍ଷା ବ୍ୟତୀତ ପ୍ରାର୍ଥୀମାନେ ଗୋଟିଏ କିମ୍ବା ଦୁଇଟି ଭାଷା ଏବଂ ୬ ଟି ଡୋମେନ୍ ବିଷୟ ନେଇପାରିବେ ବୋଲି ସେ କହିଛନ୍ତି।

ଚଳିତ ଥର ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଏହି ପରୀକ୍ଷା କରାଯିବ। ଜଗଦୀଶ କୁମାର ସୂଚନା ଦେଇଛନ୍ତି ଯେ ଜୁନ୍ ତୃତୀୟ ସପ୍ତାହରେ ସିୟୁଇଟି – ସ୍ନାତକୋତ୍ତର ଫଳାଫଳ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ସିୟୁଇଟି – ସ୍ନାତକୋତ୍ତର ଫଳାଫଳ ଘୋଷଣା କରିବାକୁ ଯୋଜନା କରାଯାଇଛି।

ଏହା ସହିତ ସେ କହିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସାରା ଦେଶରେ ଏକ ହଜାର ପରୀକ୍ଷା କେନ୍ଦ୍ର ପ୍ରସ୍ତୁତି ଉପରେ କାର୍ଯ୍ୟ କରୁଛି। ଜଗଦୀଶ କୁମାର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଆସନ୍ତା ସପ୍ତାହରେ ଏନଟିଏ ସିୟୁଇଟି -ପିଜି ପରୀକ୍ଷାର ତାରିଖ ଏବଂ ଆବେଦନ ତାରିଖ ମଧ୍ୟ ଘୋଷଣା କରିବ। ଏହି ପରୀକ୍ଷା ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.