fbpx
BSKY
BJD SHG SKY
BJD YOUTH SKY

ପୁଣି ଭାରତ ଭିତରକୁ ପ୍ରବେଶ କଲେ ମିଆଁମାର ସେନା: କ’ଣ ରହିଛି ଉଦ୍ଦେଶ୍ୟ?

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ମିଆଁମାରରେ ବର୍ତ୍ତମାନ ତିକ୍ତତା ଲାଗି ରହିଛି । ଏହାର ପ୍ରଭାବ କେବଳ ମିଆଁମାର ଦେଶ ନୁହେଁ, ଭାରତର ସୀମାରେଖାରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ମିଆଁମାରର କିଛି ସୈନ୍ୟବାହିନୀ ମିଜୋରାମ ରାଜ୍ୟରେ ପ୍ରବେଶ କରିଥିବାର ଦେଖାଯାଇଛି । ଏହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି । ନିଜ ଦେଶ ଛାଡ଼ି ଭାରତରେ ପ୍ରବେଶ କରିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ଆଲୋଚନା ହେବାରେ ଲାଗିଛି । ବିଶ୍ବର ବିଭିନ୍ନ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ କରିବା ଆରମ୍ଭ କରିଥିବା ବେଳେ ଭାରତ ଭିତରକୁ ମିଆଁମାର ସେନାର ପ୍ରବେଶ ସମସ୍ତଙ୍କ ଭୟ ବଢାଇ ଦେଇଛି ।

ସୂଚନା ଅନୁସାରେ, ମିଆଁମାରରେ ବର୍ତ୍ତମାନ ବିଦ୍ରୋହୀ ଶକ୍ତି ଏବଂ ସୈନ୍ୟ ସରକାରଙ୍କ ମଧ୍ୟରେ ଏକ ଗମ୍ଭୀର ଯୁଦ୍ଧ ଆରମ୍ଭ ହୋଇଛି । ଏହି ଯୁଦ୍ଧ ଭିତରେ ମିଆଁମାର ସେନାର ପ୍ରାୟ ୬୦୦ରିପୋର୍ଟ ଅନୁସାରେ, ଯବାନ ପ୍ରାଣ ରକ୍ଷା କରିବା ପାଇଁ ଭାରତ ଭିତରକୁ ପ୍ରବେଶ କରିଛନ୍ତି । ପଶ୍ଚିମ ମିଆଁମାର ରାଜ୍ୟ ରଖାଇନରେ ଏକ ସଶସ୍ତ୍ର ବାହିନୀ ଅରାକନ୍ ଆର୍ମିର ଉଗ୍ରବାଦୀମାନେ ସେନା ଶିବିର ଉପରେ କବଜା କରିଥିବା ଜାଣିବାକୁ ମିଳିଛି । ଏହାପରେ ମିଆଁମାରର ସୈନିକ ସେଠାରୁ ଫେରାର ହୋଇଯିବା ସହିତ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଶରଣ ନେଇଛନ୍ତି । ତେବେ ସେମାନଙ୍କୁ ଆସାମ ରାଇଫଲ୍ସରେ ବିଶ୍ରାମ ଦିଆଯାଇଥିବା ଜଣାଯାଇଛି ।

ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ମିଜୋରାମରେ ଶରଣ ନେଇଥିବା ମିଆଁମାର ସେନାଙ୍କୁ ଯଥାଶୀଘ୍ର ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାଧ୍ୟ କରିଛି ରାଜ୍ୟ । ତେବେ ସାରା ବିଶ୍ବର ବିଭିନ୍ନ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ସହ ଯୁଦ୍ଧ ଜାରି ରଖିଥିବା ବେଳେ ମିଆଁମାର ସେନାର ଭାରତରେ ପ୍ରବେଶ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଛି ।

Get real time updates directly on you device, subscribe now.