fbpx

OSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା: ଜୁନିୟର ମାଇନିଂ ଅଫିସର, ଜୁନିୟର MVI, ଜୁନିୟର ଇଞ୍ଜିନିୟର ପଦର ମୁଖ୍ୟ ପରୀକ୍ଷା ପାଇଁ ସିଲାବସ୍ ଜାରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ପାଇଁ ଗତ ଡିସେମ୍ବର ମାସ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ପୂର୍ବରୁ ଏହି ନିଯୁକ୍ତିର ପଦ ସଂଖ୍ୟାକୁ ନେଇ ସୂଚନା ଜାରି କରାଯିବା ସହିତ ଅନଲାଇନ୍ ଆବେଦନ ତାରିଖ ମଧ୍ୟ ବୃଦ୍ଧି କରାଯାଇଥିଲା ।

ତେବେ ଏହା ମଧ୍ୟରେ ସିଟିଏସଆରଇ-୨୦୨୩ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ, ଜୁନିୟର ଇଞ୍ଜିନିୟର (ମେକାନିକାଲ), ଜୁନିୟର ଇଞ୍ଜିନିୟର (ସିଭିଲ) ଓ ଟ୍ରେସର ପଦର ମୁଖ୍ୟ ପରୀକ୍ଷା ପାଇଁ ସିଲାବସ୍ ଜାରି କରାଯାଇଛି । ପ୍ରାର୍ଥୀମାନେ ଆବେଦନ କରିଥିବା ପଦଗୁଡ଼ିକରେ କ’ଣ ସବୁ ସିଲାବସ୍ ରହିଛି ସେନେଇ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୧୫ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ୧୩ଟି ଲାବୋରେଟୋରୀ ଆଟେଣ୍ଡାଣ୍ଟ ପଦକୁ ପ୍ରତ୍ୟାହାର କରାଯାଇଥିଲା । ଏଥିସହିତ ଟେକ୍ନିକାଲ ତ୍ରୁଟି ଜନିତ କାରଣରୁ ଅନଲାଇନ୍ ଆବେଦନର ଅବଧିକୁ ବୃଦ୍ଧି କରାଯାଇଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ, ସହରୀ ଯୋଜନା ନିର୍ଦ୍ଦେଶାଳୟ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ, ଖଣି ଓ ଭୂବିଜ୍ଞାନ, ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.