fbpx

(Video)ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଭଙ୍ଗାରୁଜା କଲେ ବିରୋଧୀ

ଦିଶପୁର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ। ତେବେ ଶନିବାର ଅର୍ଥାତ ସପ୍ତମ ଦିନରେ ଆସାମର ଲକ୍ଷ୍ମୀପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ହେଲେ ଏହି ସମୟରେ ବିରୋଧୀମାନେ ରାହୁଲ ଗାନ୍ଧୀଙ୍କ ବ୍ୟାନର ପୋଷ୍ଟର ଚିରାଚିରି କରିଥିବା ଦେଖିବାକୁ ମିଳୁଛି।

ତେବେ ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ ପୋଷ୍ଟର ଓ ବ୍ୟାନର ପୋଡିଛନ୍ତି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଏକ୍ସରେ ଟ୍ୱିଟ୍‌ କରି କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଆସାମରେ ଭାଜପା ଗୁଣ୍ଡାମାନେ ଆମକୁ ଆକ୍ରମଣ କରିଛନ୍ତି। ନ୍ୟାୟ ଯାତ୍ରା ବ୍ୟାନର ଚିରିବା ସହ ଗାଡି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବହୁଳ ଭାବରେ ସମର୍ଥନ ମିଳୁଥିବାରୁ ଭାଜପା ଅସ୍ୟହ ହୋଇପଡିଛି।

ସୂଚନା ଥାଉକି, ଶନିବାର ସପ୍ତମ ଦିନରେ ଆସାମର ଲକ୍ଷ୍ମୀପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି। ଜାନୁଆରୀ ୧୪ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ୧୭ଟି ଜିଲ୍ଲା ଦେଇ ପ୍ରାୟ ୮୩୩ କିଲୋମିଟର ଦୂରତା ଅତିକ୍ରମ କରିବ। ଶେଷରେ ଏହି ଯାତ୍ରା ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ।

Get real time updates directly on you device, subscribe now.