fbpx

OPSC ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୧୩ଟି ବିଭାଗରେ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅନେକ ଅଧ୍ୟାପକ ପଦ ପୂରଣ ହେବ । ଏନେଇ ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ଏହି ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୨୦ରେ ତାହା ସମାପ୍ତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ବିଭିନ୍ନ ବିଭାଗରେ ଗ୍ରୁପ-ବି ପଦରେ ଅଧ୍ୟାପକ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ୧୨ଟି ବିଭାଗରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଓଆରଏସପି ରୁଲ୍ସ, ୨୦୧୭ର ଲେବଲ-୧୦ରେ ୪୪,୯୦୦/- ସ୍କେଲ ପେ’ରେ ବେତନ ପ୍ରଦାନ କରାଯିବ ।

ଓଡ଼ିଆ, ସଂସ୍କୃତ, ଇଂରାଜୀ, ଇତିହାସ, ଓଡ଼ିଶୀ ଭୋକାଲ, ହିନ୍ଦୁସ୍ତାନୀ ଭୋକାଲ, ଓଡ଼ିଶା ଡ୍ୟାନ୍ସ, ଛଉ ଡ୍ୟାନ୍ସ, ସିତାର, ଡ୍ରାମା (ଅଭିନୟ), ଡ୍ରାମା (ନିର୍ଦ୍ଦେଶନା), ଡ୍ରାମା (ଷ୍ଟେଜ ହସ୍ତଶିଳ୍ପ) ଆଦି ବିଷୟରେ ପ୍ରାର୍ଥୀଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯିବ । ସମସ୍ତ ବିଷୟ ପାଇଁ ୧ଟି ଲେଖାଏଁ ପଦ ଖାଲି ରହିଥିବା ବେଳେ କେବଳ ଓଡ଼ିଶା ଭୋକାଲ ପାଇଁ ୨ଟି ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ମାଷ୍ଟର ଡିଗ୍ରୀ ପାସ୍ କରିବା ସହିତ ଅତିକମରେ ୫୫ ପ୍ରତିଶତ ମାର୍କ ରଖିଥିବେ । ପିଏଚଡି କରିଥିବା ଓ କଳା, ଶିକ୍ଷାଦାନ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ପ୍ରାର୍ଥୀଙ୍କୁ ଚୟନ କରଯିବ । ଏଥିପାଇଁ ଦୁଇଟି ପେପର ରହିବ । କ୍ୱାଲିଫାଏ ହେବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମ ପେପରରେ ୩୫ ପ୍ରତିଶତ ଓ ଦ୍ୱିତୀୟ ପେପରରେ ୪୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ ।

Get real time updates directly on you device, subscribe now.