fbpx
BSKY SKY
BSKY SKY

(Video)କେବେ ଦେଖି ନଥିବେ ଏପରି ଧାର୍ମିକ ଚୋର, ବୟସ୍କଙ୍କୁ ସାହାଯ୍ୟ କରିବା ବାହାନାରେ ଏଟିଏମ ମେସିନକୁ ମୁଣ୍ଡିଆ ମାରି ଠକିନେଲେ ୪୦ ହଜାର

BSKY

ନୂଆଦିଲ୍ଲୀ: ଏବେ ତୁମ ଚାରିଦିଗରେ ଯେପରି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇ ରହିଛନ୍ତି । ତୁମର ସାମାନ୍ୟ ଦୁର୍ବଳତାର ସୁଯୋଗ ନେଇ ସେମାନେ ତୁମକୁ କାଙ୍ଗାଳ କରିଦେବାକୁ ଚାହିଁ ରହିଛନ୍ତି ।ଏତେ ଚତୁରତାର ସହ ସେମାନେ ଚୋରୀ କରୁଛନ୍ତି କି ତୁମକୁ ଏହାର ସାମାନ୍ୟ ବି ସୂଚନା ମିଳିବ ନାହିଁ । ପଞ୍ଜାବରେ ଏବେ ଏପରି ଠକେଇର ବହୁ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ସାହାଯ୍ୟ କରିବା ବାହାନାରେ ଏମାନେ ନିରୀହ ବୟସ୍କ ଲୋକଙ୍କୁ ଠକୁଛନ୍ତି । ଏବେ ଜଣେ ବୟସ୍କ ବ୍ୟକ୍ତି ଏଟିଏମ୍‌ରେ ସାହାଯ୍ୟ କରିବା ବାହାନାରେ ତାଙ୍କ ସହ ହୋଇଥିବା ଠକାମୀକୁ ନେଇ ପୋଲିସରେ ଅଭିଯୋଗ କରିବା ଘଟଣା ସାମ୍ନାକୁ ଆସିଛି ।

ବ୍ୟକ୍ତି ଜଣକ କହିଛନ୍ତି କି ଏଟିଏମ୍‌ରେ ୨ ଜଣ ଯୁବକ ମିଶି ତାଙ୍କ ସହ ଫ୍ରଡ୍ କରିଛନ୍ତି । ସାହାଯ୍ୟ ବାହାନାରେ ସେମାନେ ପ୍ରଥମେ ଏଟିଏମ୍ ଭିତରେ ପଶିଥିଲେ । ଏହାପରେ ତାଙ୍କ ଠାରୁ ଏଟିଏମ୍ କାର୍ଡ ନେଇ ତାକୁ ବଦଳାଇ ଦେଇଥିଲେ । ଉଭୟ ବୟସ୍କଙ୍କ ପିନ୍ ନଂ ବି ଦେଖିଦେଇଥିଲେ । ବ୍ୟକ୍ତି ଜଣକ ତ ପଇସା ନେଇ ପାରି ନ ଥିଲେ କିନ୍ତୁ ଠକ ଦୁଇଜଣ ୨ ଥରରେ ତାଙ୍କ ଏଟିଏମ୍ କାର୍ଡରୁ ୪୦ ହଜାର ଟଙ୍କା କାଢି ନେଇଥିଲେ ।

ଯେତେବେଳେ ବୟସ୍କ ବ୍ୟକ୍ତି ଜଣକ ନିଜ ସହ ହୋଇଥିବା ଏହି ଫ୍ରଡ୍ ବିଷୟରେ ପୋଲିସରେ ଅଭିଯୋଗ କରିଥିଲେ ସେତେବେଳେ ପୋଲିସ ଏହାର ଯାଞ୍ଚ କରିଥିଲା । ଏଥିରୁ ଜଣାପଡିଥିଲା କି ଯେତେବେଳେ ବୟସ୍କ ବ୍ୟକ୍ତି ଜଣକ ଏଟିଏମରୁ ପଇସା କାଢିବାକୁ ଯାଇଥିଲେ ସେତେବେଳେ ପଇସା ବାହାରି ନ ଥିଲା । ଏହି ସମୟରେ ୨ ଯୁବକ ଭିତରକୁ ପଶି ଆସି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ଜଣେ ଯୁବକ ବୟସ୍କଙ୍କ ଏଟିଏମ୍ ନେଇ ତାହାକୁ ନିଜ କେଶରେ ଘସିବାକୁ ଲାଗିଲା । ଏହି ସମୟରେ ସେ କାର୍ଡକୁ ବଦଳାଇ ଦେଇଥିଲା । ବୟସ୍କଙ୍କୁ ଅନ୍ୟ ଏକ କାର୍ଡ ଧରାଇ ଦେଇ ସେମାନେ ସେଠାରୁ ଚାଲିଗଲେ । କିନ୍ତୁ କିଛି ସମୟ ପରେ ୨ ଜଣ ପୁଣି ଫେରି ଆସିଲେ । ଏହି ସମୟରେ ଜଣେ ଚୋର ଏଟିଏମ ମେସିନକୁ ଛୁଇଁ ମୁଣ୍ଡିଆ ମାରିଲା । ଏହାପରେ ସେମାନେ ସେହି ଏଟିଏମରୁ ୪ ଥରରେ ୪୦ ହଜାର ଟଙ୍କା ଉଠାଇ ନେଲେ ।

Get real time updates directly on you device, subscribe now.