fbpx

(Video)ଯୁବକଙ୍କୁ ମମତାରେ ବାନ୍ଧିଦେଲା ପିଲା ମାଙ୍କଡ଼, ଜିଦି କରି କାରରେ ବସି ଆସିଲା ଘରକୁ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ମନଛୁଆଁ ଭିଡିଓ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ କଦଳୀ ବାଣ୍ଟୁଥିଲେ। ଠିକ୍ ସେତିକିବେଳେ ଏକ ପିଲା ମାଙ୍କଡ଼ ଆସି ତାଙ୍କ ଗୋଡ଼କୁ ଜାବୁଡ଼ି ଧରୁଛି । ବୋଧହୁଏ ପିଲା ମାଙ୍କଡ଼ଟି ସେହି ବ୍ୟକ୍ତିଙ୍କୁ ମା’ ବୋଲି ଭାବିଦେଇଛି । ସେ ତାଙ୍କୁ ଏପରି ଜାବୁଡ଼ି ଧରୁଛି ଯେମିତି ସେ ତାଙ୍କୁ ଛାଡିବାକୁ ଚାହୁଁନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଅନେକ ଲୋକଙ୍କ ହୃଦୟ ଜିତି ପାରିଛି । ଭିଡିଓରେ ବ୍ୟକ୍ତି ଜଣକ କଦଳୀ ବାଣ୍ଟୁଛନ୍ତି, ଆଉ ଠିକ୍ ସେତିକିବେଳେ ଏକ ପିଲାମାଙ୍କଡ଼ଟି ଆସି ତାଙ୍କ ଗୋଡ଼କୁ ଜାବୁଡ଼ି ଧରୁଛି । ଏପରି ଲାଗୁଛି ସତେ ଯେପରି ପିଲା ମାଙ୍କଡ଼ଟି ତାଙ୍କ ସହ ଯିବାକୁ ଚାହୁଁଥିଲା।

ବହୁ ଚେଷ୍ଟା ସତ୍ତ୍ୱେ ପିଲା ମାଙ୍କଡ଼ ବ୍ୟକ୍ତିଙ୍କୁ ଛାଡ଼ିବାର ନାଁ ନେଉନଥିଲା। ଏଭଳି ପରିସ୍ଥିତିରେ ଯୁବକ ଜଣକ ପିଲା ମାଙ୍କଡ଼କୁ ନିଜ ସହ କାର୍ ରେ ଆଣିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ @desimojito ନାମକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓକୁ ଏବେ ଯାଏଁ ୩ ଲକ୍ଷ ୭୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଏହି ଭିଡିଓରେ ଅନେକ ଲୋକଙ୍କ କମେଣ୍ଟ ଦେଖିବାକୁ ମଧ୍ୟ ମିଳୁଛି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, “ଯୁବକର ଭଲପାଇବାକୁ ତାର ମା’ ର ଭଲପାଇବା ବୋଲି ଭାବୁଛି । ଅନ୍ୟ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ଏହା ଏକ ହୃଦୟସ୍ପର୍ଶୀ ଭିଡିଓ।

Get real time updates directly on you device, subscribe now.