fbpx

ଜମ୍ମୁ- କାଶ୍ମୀର କ୍ରିକେଟ୍‌ ପରିଚାଳନା ପାଇଁ ବିସିସିଆଇ ଗଠନ କଲା ସବ୍‌-କମିଟି, କାର୍ଯ୍ୟଧାରା ସମ୍ପର୍କରେ କମିଟିକୁ ରିପୋର୍ଟ ଦେବେ ମଜିଦ୍‌ ଦାର୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର-ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନ କାର୍ଯ୍ୟଧାରା ପରିଚାଳନା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗଠନ କରିଛି ସବ୍‌- କମିଟି ।

ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏକ ସବ୍‌- କମିଟି ଗଠନ କରିବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବିସିସିଆଇ ଏକ କମିଟି ଗଠନ କରିଥିବା ବେଳେ ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି,ସେକ୍ରେଟାରୀ ଜୟନ୍ତ ଶାହ ,କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳାଙ୍କୁ ସଦସ୍ୟ ରଖା ଯାଇଛି ।

ସେହିପରି ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ପ୍ରତିଦିନ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରି ବିସିସିଆଇ କମିଟିକୁ ରିପୋର୍ଟ ଦେବାପାଇଁ ଏକ ସବ୍‌-କମିଟି ଗଠନ କରିଛି ବିସିସିଆଇ । ଏଥିରେ ବ୍ରିଗେଡର ଅନିଲ ଗୁପ୍ତା ,ମିଥୁନ ମାନହାସ ଓ ସୁନିଲ ସେଠିଙ୍କୁ ସଦସ୍ୟ ରଖା ଯାଇଛି । ଏହି କମିଟିର କାର୍ଯ୍ୟଧାରା ସମ୍ପର୍କରେ ବିସିସିଆଇ କମିଟିକୁ ରିପୋର୍ଟ ଦେବେ ମଜିଦ୍‌ ଦାର୍‌ ।

Get real time updates directly on you device, subscribe now.