fbpx

ଗାଈ ସହ ପିଟି ହେଇ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଲରୁ ଦିଲ୍ଲୀ ଫେରୁଥିଲା ଟ୍ରେନ

AAKASH

ଭୋପାଳ: ବନ୍ଦେ ଭାରତ ଟ୍ରେନ୍ ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି। ଭୋପାଳରୁ ଦିଲ୍ଲୀ ଆସୁଥିବା ବେଳେ ମଧ୍ୟପ୍ରଦେଶର ଗ୍ୱାଲିଅର ଷ୍ଟେସନ ନିକଟରେ ଟ୍ରେନ ଟି ଗାଈ ସହିତ ମୁହାଁମୁହିଁ ହୋଇଥିଲା। ଏହି ଦୁର୍ଘଟଣା ପରେ ବନ୍ଦେ ଭାରତ ଟ୍ରେନର ଆଗ ଭାଗ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ, ଗୁରୁବାର ସନ୍ଧ୍ୟାରେ ହଠାତ୍ ଟ୍ରେନ୍ ସମ୍ମୁଖରେ ଏକ ଗାଈ ଆସି ଦୁର୍ଘଟଣା ଘଟାଇଥିଲା।
ଏହି ଘଟଣାରେ ଟ୍ରେନର ଆଗ ଭାଗ ନଷ୍ଟ ହେବା ପରେ ଟ୍ରେନର ବୋନେଟ ଖୋଲା ଯାଇଥିଲା। ଏହି ସେମି ହାଇ ସ୍ପିଡ୍ ଟ୍ରେନର ଦୁର୍ଘଟଣା ପରେ ରେଳ ଅଧିକାରୀମାନେ ତୁରନ୍ତ ଏହାର ମରାମତି କାର୍ଯ୍ୟ ହାତକୁ ନେଇଥିଲେ। କ୍ଷତିଗ୍ରସ୍ତ ଟ୍ରେନ୍ ମରାମତି କରିବା ପରେ ଏହା ଯାତ୍ରା ପାଇଁ ପୁନର୍ବାର କାର୍ଯ୍ୟକ୍ଷମ ହେଲା।
ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ଭୋପାଳ ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ନମ୍ବର ୨୦୧୭୨, ରାତି ପ୍ରାୟ ୬.୧୫ ସମୟରେ ଏକ ଗାଈ କୁ ଧକ୍କା ଦେଇ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଅଟକି ରହିଥିଲା। କ୍ଷତିଗ୍ରସ୍ତ ଅଂଶକୁ ଆବଶ୍ୟକ ମରାମତି ପରେ ଟ୍ରେନ୍ ଯାତ୍ରା ଆରମ୍ଭ କଲା।
ଉଲ୍ଲେଖନୀୟ କଥା ହେଉଛି, ଏହି ଦୁର୍ଘଟଣାରେ କୋୖଣସି ଆହତ ହୋଇଥିବା କଥା ସୂଚନା ମିଳିନାହିଁ। ତେବେ ବନ୍ଦେ ଭାରତ ଏକ୍ସପ୍ରେସର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବିଭିନ୍ନ ରାଜ୍ୟରେ ଚାଲୁଥିବା ବନ୍ଦେ ଭାରତ ଗାଈ କିମ୍ବା ଅନ୍ୟାନ୍ୟ କାରଣରୁ ଘଟଣାର ଶିକାର ହୋଇଥିଲେ।

Get real time updates directly on you device, subscribe now.