fbpx
BSKY
BJD MC SKY
BJD YOUTH SKY

ଚୀନ ଗୁପ୍ତଚର ବେଲୁନର ବଡ ଖୁଲାସା : ଭାରତ-ଆମେରିକା ନୁହେଁ, ଅନେକ ଦେଶରେ ଉଡିଛି ବେଲୁନ

ନୂଆଦିଲ୍ଲୀ: ଚୀନ ଗୁପ୍ତଚର ବେଲୁନକୁ ନେଇ ଏକ ବଡ ଖୁଲାସା ହୋଇଛି । ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ, ଚୀନ କେବଳ ଆମେରିକାର ଏବଂ ଭାରତରେ ନୁହେଁ ଅନେକ ଗୁଡିଏ ଦେଶରେ ନିଜର ଗୁପ୍ତଚର ବେଲୁନ ଉଡାଇଛି । ଆମେରିକାର ଉପସଚିବ ୱେଣ୍ଡି ଶର୍ମନ ଭାରତ ସମେତ ବିଶ୍ୱର ୪୦ଟି ସହଯୋଗୀ ଦେଶର ଦୂତାବାସ ସାଙ୍ଗରେ ଏହି ପ୍ରସଙ୍ଗରେ ଆଲୋଚନା କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଫେବୃଆରୀ ୪ ତାରିଖ ଶନିବାର ଏକ ଗୁପ୍ତଚର ବେଲୁନକୁ ଆମେରିକା ଖସାଇ ଦେଇଥିଲା । ଏଥିପାଇଁ ଆମେରିକା ଫାଇଟର ଜେଟ ଏଫ୍ -୨୨ର ସହାୟତା ନେଇଥିଲା ।

ଗତକିଛି ବର୍ଷ ଧରି ଚୀନ ବେଲୁନ ଜରିଆରେ ନିଜର ଅନୁସନ୍ଧାନ ଚଳାଇଛି । ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଜାପାନ, ଭାରତ, ବିୟତନାମ, ତାଇବାନ୍, ଫିଲିପାଇନ୍ସ ସହିତ ଅନେକ ଦେଶରେ ଗୁପ୍ତଚର ବେଲୁନ ସାହାଯ୍ୟରେ ଚୀନ ଜାସୁସି କରୁଛି। ଏହାରି ମାଧ୍ୟମରେ ଚୀନ ଅନ୍ୟ ଦେଶର ସୈନ୍ୟ ବାହିନୀ ସମ୍ପର୍କରେ ସୂଚନା ସଂଗ୍ରହ କରୁଛି । ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ ପ୍ରତିରକ୍ଷା ଓ ଗୁପ୍ତଚର ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ।

“ଦ ଡେଲି’ ରିପୋର୍ଟ ଅନୁସାରେ ଚୀନ ପିପୁଲ୍ସ ଲିବରେସନ୍ ଆର୍ମି ଏବଂ ଏୟାରଫୋର୍ସ ଏହି ଗୁପ୍ତଚର ବେଲୁନ ଉଡାଉଛନ୍ତି । ଏହି ବେଲୁନ ଗୁଡିକ ୫ଟି ଦେଶରେ ଦେଖିବାକୁ ମିଳିଛି । ଗତ କିଛି ବର୍ଷରେ ହୱାଇ, ପ୍ଲୋରିଡା, ଟେକ୍ସାସ ଏବଂ ଗୁଆମରେ ଅତି କମରେ ୪ଥର ଗୁପ୍ତଚର ବେଲୁନ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଗତ ସପ୍ତାହରେ ବେଲୁନକୁ ଟ୍ରାକ୍ କରାଯାଇଥିଲା ।

ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞ ଅନେକ ମିଡିଆ ରିପୋର୍ଟରେ ଦାବି କରିଛନ୍ତି ଯେ, ଡିସେମ୍ବର ୨୦୨୧ ରୁ ଜନୁଆରୀ ୨୦୨୨ ମଧ୍ୟରେ ଭାରତର ସୈନ୍ୟବାହିନୀ ବିଷୟରେ ସୂଚନା ପାଇଁ ଚୀନ ଅନୁସନ୍ଧାନକାରୀ ବେଲୁନ ଉଡାଇଥିଲା । ଏହି ସମୟରେ ଚୀନର ଗୁପ୍ତଚର ବେଲୁନ ଆଣ୍ଡାମାନ ନିକୋବାର ଦ୍ୱୀପରେ ମଧ୍ୟ ଏହି ବେଲୁନ ଉଡିଥିବାର ଦେଖାଯାଇଥିଲା । ସେହି ସମୟରେ ଭାରତର ତିନି ସେନା (ଜଳ, ସ୍ଥଳ ଏବଂ ବାୟୁ ସେନା) ଅଭ୍ୟାସ ପାଇଁ ନିକୋବର ଆଣ୍ଡାମାନାରେ ଏକଜୁଟ ହୋଇଥିଲେ । ଏହି ବେଲୁନ ୨୪ ହଜାରରୁ ୩୭ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ । କିନ୍ତୁ ଚୀନ ଏହାକୁ ୬୦ ହଜାର ଫୁଟ୍ ଉପରେ ଉଡାଉଥିଲା । ଯୁଦ୍ଧ ବିମାନର ଏଭଳି ଉଚ୍ଚତାରେ ଉଡିବାର କ୍ଷମତା ରହିଛି ।

Get real time updates directly on you device, subscribe now.