fbpx
BJD SKY
BJD SKY

ବିଜେଡିରୁ ବହିଷ୍କୃତ ହେଲେ ଏହି ବରିଷ୍ଠ ନେତା; ଦଳବିରୋଧୀ କାର୍ଯ୍ୟ ପଡିଲା ମଙ୍ଗା

BJD

ଭୁବନେଶ୍ୱର : ବିଜୁ ଜନତା ଦଳ ନିଜର ଦଳର ଉନ୍ନତି ପାଇଁ ଏବଂ ରାଜ୍ୟବାସୀଙ୍କ ସୁବିଧା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥାଏ । ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଉ ନଥିବା ଅଧିକାରୀମାନଙ୍କୁ ଦଳରୁ ବହିଷ୍କାର କରିଥାନ୍ତି । ତେବେ ପୂର୍ବରୁ ଏହିପରି ଅନେକ ଅଧିକାରୀଙ୍କୁ ସେ ଦଳରୁ ବହିଷ୍କାର କରିଥିବା ବେଳେ ବର୍ତ୍ତମାନ ଆଉଜଣେ ଅଧିକାରୀ ଦଳରୁ ବହିଷ୍କାର ହୋଇଛନ୍ତି ।

ତେବେ ମିଳିଥିବା ସବଚନା ଅନୁଯାୟୀ, ବିଜେଡିରୁ ନରେଶ ଚନ୍ଦ୍ର ମହାନ୍ତିଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି । ତେବେ ନରେଶ ଚନ୍ଦ୍ର ମହାନ୍ତି ଯାଜପୁରର ପୂର୍ବତନ ଜିଲା ପରିଷଦ ସଭାପତି ବାବରେ କାର୍ଯ୍ୟ କରିଆସୁଥିଲେ । । କିନ୍ତୁ ସେ ଦଳ ବିରୋଧୀ କାର୍ୟ୍ୟ କରିବାକୁ ତାଙ୍କୁ ନିଲମ୍ବନ କରାଯାଇଛି। ନରେଶଙ୍କୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ସସପେଣ୍ଡ କରିଥିବା ଜଣାପଡିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ନରେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

Get real time updates directly on you device, subscribe now.