fbpx

ଋତୁସ୍ରାବ କଷ୍ଟକୁ ଅଣଦେଖା କରନ୍ତୁନି, ହୋଇପାରେ ବଡ ସମସ୍ୟା

ଋତୁସ୍ରାବ ସମୟରେ ମହିଳାମାନେ ପ୍ରାୟତଃ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଅନେକ ମହିଳାଙ୍କର ପେଟ, ଅଣ୍ଟା, ତଳି ପେଟ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାକୁ ପିରିୟଡ୍ କ୍ରମ୍ପସ୍ ମଧ୍ୟ କୁହାଯାଏ । ଏହି ଯନ୍ତ୍ରଣା ସାଧାରଣତଃ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରହିପାରେ । ଏହା ଏକ ସାଧାରଣ ସମସ୍ୟା, କିନ୍ତୁ ଅନେକଙ୍କ ପାଇଁ ଏହି ଯନ୍ତ୍ରଣା ଅସହ୍ୟ ହୋଇଯାଏ । ଯେଉଁଥିପାଇଁ ସେମାନଙ୍କୁ ଔଷଧ ଖାଇବାକୁ ପଡେ । ଯାହା ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥାଏ । ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ପଛରେ ଅନେକ ଗଭୀର କାରଣ ଥାଇପାରେ । ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବହୁତ ଯନ୍ତ୍ରଣା ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ଔଷଧ ଖାଇବା ପରିବର୍ତ୍ତେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
ଋତୁସ୍ରାବ ସମୟରେ ଅଧିକ ଯନ୍ତ୍ରଣା ପ୍ରକୃତରେ ପ୍ରୋଷ୍ଟାଗ୍ଲାଣ୍ଡିନ୍ସ ନାମକ ଏକ ରାସାୟନିକ କାରଣରୁ ହୋଇଥାଏ କିମ୍ବା ଏହାକୁ ଆମେ ହରମୋନ୍ ମଧ୍ୟ କହିପାରିବା । ଋତୁସ୍ରାବ ସମୟରେ ଗର୍ଭାଶୟରେ ପ୍ରୋଷ୍ଟାଗ୍ଲାଣ୍ଡିନ ସୃଷ୍ଟି ହୁଏ , ଯାହା ମାଂସପେଶୀର ସଂକୋଚନ କରେ । ଏହା ପେଟ ଏବଂ ପିଠିରେ ଯନ୍ତ୍ରଣା କରାଏ । ଏହି ହରମୋନ୍ ଅଣ୍ଡାଦାନ, ଋତୁସ୍ରାବ ପ୍ରକ୍ରିୟା ଏବଂ ମହିଳାମାନଙ୍କ ପ୍ରଜନନ ପ୍ରଣାଳୀକୁ ସକ୍ରିୟ କରାଇଥାଏ ।
ଋତୁସ୍ରାବ ସମୟରେ ଯନ୍ତ୍ରଣା ସ୍ୱାଭାବିକ ବୋଲି ଡାକ୍ତରମାନେ କହିଛନ୍ତି। ବାସ୍ତବରେ, ଅଧିକାଂଶ ମହିଳା ୠତୁସ୍ରାବ ସମୟରେ ଯନ୍ତ୍ରଣା ଏବଂ ଅସନ୍ତୋଷ ଅନୁଭବ କରନ୍ତି । କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ଯାହା ଆପଣଙ୍କ ମନ ଏବଂ ଶରୀରକୁ ଅଧିକ ପ୍ରଭାବିତ କରେ ତାହା ସ୍ୱାଭାବିକ ନୁହେଁ । ଏହା ଆପଣଙ୍କ ପ୍ରଜନନ କ୍ଷମତାରେ କିଛି ଅସୁବିଧା କରିପାରେ । ଯଦି ଆପଣ ଏଭଳି ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଗର୍ଭଧାରଣ ପାଇଁ ଯୋଜନା କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

-ଯଦି ପିରିୟଡ୍ ସମୟରେ କଷ୍ଟ ଅସହ୍ୟ ଏବଂ ଭୟଙ୍କର ହେଉଛି, ତେବେ ତୁରନ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

-ଅଧିକରୁ ଅଧିକ ଯନ୍ତ୍ରଣା ଦେଉଥିବା ପିରିୟଡ୍ କ୍ରାମ୍ପସ ପଛରେ କୌଣସି ପୁରୁଣା ରୋଗର କାରଣ ମଧ୍ୟ ରହିଥାଏ । ଯାହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ।

-ଫାଇବ୍ରଏଡ୍ର ବିକାଶିତ ଅନ୍ୟତମ କାରଣ, ଏହା ହେଉଛି ଏକ ପ୍ରକାର ଟ୍ୟୁମର୍ ଯାହା ଗର୍ଭାଶୟ ଭିତରେ ବିକଶିତ ହୁଏ । ଏହି କାରଣରୁ ବହୁତ ଯନ୍ତ୍ରଣା ହୋଇଥାଏ । ଏହା ଗର୍ଭପାତର ଆଶଙ୍କାକୁ ବଢାଇଥାଏ ।

-ଏଣ୍ଡୋମେଟ୍ରିଓସିସ୍ ରୋଗ
ଏହି ରୋଗ ହେବା ଦ୍ୱାରା ଗର୍ଭାଶୟର ଟିସୁ ଗର୍ଭାଶୟ ବାହାରେ ବ୍ୟାପିବା ଆରମ୍ଭ କରିଥାଏ । ଏହା ଦ୍ୱାରା ଆଖପାଖ ଟିସୁକୁ ମଧ୍ୟ ପ୍ରଭାବିତ କରେ । ଏହି ରୋଗ ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ । ଏହି ରୋଗ ପ୍ରବଳ ଯନ୍ତ୍ରଣାଦାୟକ ହୋଇଥାଏ । ଅନେକ ମହିଳା ଏହି କାରଣରୁ ସନ୍ତାନ ପ୍ରସବ କରିବାରେ ଅସମର୍ଥ ହୋଇଥାନ୍ତି।

Get real time updates directly on you device, subscribe now.