fbpx
BJD SKY
BJD SKY

Repo Rate କ’ଣ? ଏହା ବଢିବା ଦ୍ୱାରା କାହିଁକି ବୃଦ୍ଧି ହୁଏ EMI

BJD

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟର ଘୋଷଣା କରିଛନ୍ତି । ଆରନିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ, ଆରବିଆଇ ରେପୋ ହାରକୁ ୨୫ ଆଧାର ପଏଣ୍ଟକୁ ୬.୫% ବୃଦ୍ଧି କରିଛି । ଏହାସହ ବର୍ତ୍ତମାନ ଲୋନର ଇଏମଆଇରେ ମଧ୍ୟ ବୃଦ୍ଧି ଘଟିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଦିନ ରେପୋ ଦରକୁ ୨୫ ଆଧାର ଅଙ୍କରେ ବଢାଇ ୬.୫% କରିଦେଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୌଦ୍ରିକ ନୀତି ସମିତି ନିର୍ଣ୍ଣୟର ଘୋଷଣା କରିଛନ୍ତି । ସେହି ୩.୩୫%ର ରିଭର୍ସ ରେପୋରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ରେପୋ ରେଟ କ’ଣ?
ଭାରତରେ ଯେତେବେଳେ ଅର୍ଥ ସଂକଟ ଦେଖାଯାଏ ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଋଣ ନେଇଥାନ୍ତି । ତେବେ ରେପୋ ରେଟ ହେଉଛି ଏହି ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଋଣ ଦେବା ପାଇଁ ଆରବିଆଇ ଆଦାୟ କରୁଥିବା ସୁଧ ହାର ।

ମହଙ୍ଗା ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ ବଢାଇ ପାରେ । ଏହି ବାଣିଜ୍ୟିକ ବ୍ୟାଙ୍କ ଋଣ ନେବା ପାଇଁ ନିରାଶ ହୋଇଥାଏ । ଏହି ପ୍ରକାର ଅର୍ଥବ୍ୟବସ୍ଥାରେ ଧନର ଯୋଗାଣକୁ କମ କରିଥାଏ ଏବଂ ମହଙ୍ଗା ଦରକୁ କମ କରିଥାଏ । ବଢିଥିବା ଦର ଉପରେ ଋଣ ନେଲେ ବହୁତ ଟଙ୍କା ସୁଧ ଦେବାକୁ ପଡ଼ିଥାଏ ।

ବର୍ତ୍ତମାନ ମହଙ୍ଗା ବା ମୁଦ୍ରାସ୍ଫୀତିରେ ହ୍ରାସ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ କମ କରିପାରିବ । ଏହା ଏକ ପ୍ରୋତ୍ସାହନ ଭଳି କାମ କରିଥାଏ । ବାଣିଜ୍ୟିକ ବ୍ୟାଙ୍କ ଋଣ ନେବା ପାଇଁ ପ୍ରୋତ୍ସାହିତ କରିଥାଏ । ଏହାପରେ ଏହି ଟଙ୍କା ନିଜ ଗ୍ରାହକ ମାନଙ୍କୁ ପ୍ରଦାନ କରନ୍ତି, ଯାହା ଅର୍ଥ ଯୋଗାଣକୁ ବୃଦ୍ଧି କରିବ ।

ଏହାପରେ ଯେତେବେଳେ ବି ଆରବିଆଇ ମାଧ୍ୟମରେ ରେପୋ ହାର ବୃଦ୍ଧି ହୁଏ, ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିଥାଏ ।ଏହି କାରଣରୁ, ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଦେଇଥିବା ଋଣର ସୁଧ ହାର ମଧ୍ୟ ବୃଦ୍ଧି କରିଥାଏ । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟରେ ପଡେ ଏବଂ ଋଣର ସୁଧ ହାର ବଢିଥାଏ । ଏହା ମଧ୍ୟ EMI କୁ ବଢ଼ାଇଥାଏ ।

Get real time updates directly on you device, subscribe now.