fbpx

ବରକୁ ଉଠାଇ କନ୍ୟା ଆଗରେ ଏମିତି କଲା ବାଳକ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବାହାଘରର ଅନେକ ମଜାଦାର ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିହିଓ ଆଖରେ ଲୁହ ଆଣିଦିଏ ତ ଆଉ କିଛି ଭିଡିଓ ଖୁବ ହସାଇଥାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବାଳକର କିଛି କାରନାମା ସେଠାରେ ଥିବା ସମସ୍ତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓରେ ବର-କନ୍ୟା ଏକା ସାଙ୍ଗରେ ଷ୍ଟେଜରେ ବସିଛନ୍ତି । ଏହି ସମୟରେ ଜଣେ ବାଳକ ଆସି ସେଠି କିଛିଅଦ୍ଭୁତ କାରନାମା କରି ଦେଇଛି । ହଠାତ ବରଙ୍କୁ ତାଙ୍କ ସ୍ଥାନରୁ ଉଠାଇ ଦେଇଛି ଏହି ବାଳକ । ଏହାପରେ ଏମିତି କିଛି କରିଛନ୍ତି, ଯାହା ପ୍ରାୟତଃ କେହି ବିଶ୍ୱାସ ବି କରିପାରି ନାହାନ୍ତି । ବରଙ୍କୁ ସେଠାରୁ ଉଠାଇ ନିଜେ ବର ସ୍ଥାନରେ ବସିଯାଇଛି ଏହି ବାଳକଟି । ତେବେ ଏହାକୁ ଦେଖି ସେଠାରେ ଥିବା ସମସ୍ତ ଅତିଥିଙ୍କ ସହ ବର-କନ୍ୟା ମଧ୍ୟ ହସି ହସି ବେଦମ ହୋଇ ଯାଇଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ ହେବା ପରେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । ଏହାସହ ଅନେକ ୟୁଜର ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ତେବେ ଏହି ଭିଡିଓ ଏବେ ଲୋକମାନଙ୍କ ପାଇଁ ମନୋରଞ୍ଜନର ଆଉ ଏକ ଖୁରାକ ପାଲଟି ଯାଇଛି ।

Get real time updates directly on you device, subscribe now.