fbpx

ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କଲା ପ୍ରେମିକ

Advertisement

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ୨୫ ବର୍ଷିୟ ଯୁବକ ପ୍ରଥମେ ନିଜର ପ୍ରେମିକାକୁ ଗୁଳି କରି ମାରିଲା । ଆଉ ପରେ ନିଜେ ନିଜକୁ ଗୁଳି କରି ଜୀବନ ହାରିଦେଲା । ପୁଲିସ୍ କହିଛି ଯେ, ଯୁବତୀଙ୍କ ବିବାହ ଅନ୍ୟ ଜଣଙ୍କ ସହିତ ଠିକ୍ ହୋଇଥିଲା । ଆଉ ଏହି କାରଣରୁ ଯୁବକ ଜଣକ ଏପରି କରିଛନ୍ତି ।

ସୂଚନା ଅନୁସାରେ, ସମ୍ଭଲରେ ଥିବା ଚନ୍ଦୌସୀ ଅଞ୍ଚଳର ମୋଲାଗଢ଼ ଗାଁରେ ଏହି ଘଟଣାଟି ଘଟିଥିବା ବେଳେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାମ ମମତା ଓ ଯୁବକଙ୍କ ନାମ ଶିବମ୍ ବୋଲି ଜଣାପଡିଛି । କୁହାଯାଉଛି ଯେ, ଦୁହେଁ ୮ ବର୍ଷ ହେବ ରିଲେସନ୍ ରେ ଥିଲେ । ହେଲେ ଯେତେବେଳେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଗଲା ସେତେବେଳେ ସେ ଖୁବ୍ ଜୋରରେ ରାଗିଯାଇଥିଲେ । ଆଉ ଶନିବାର ମମତାଙ୍କ ଘରକୁ ଯାଇଥିଲା । ସେଠାରେ ମମତାଙ୍କୁ ପ୍ରଥମେ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି ମାରିଥିଲା । ବନ୍ଧୁକ ଟି ଯୁବକଙ୍କ ମୃତ ଦେହ ପାଖରେ ପଡିଥିବା ଠାବ କରାଯାଇଥିଲା । ପୁଲିସ୍ ସେମାନଙ୍କ ଉକ୍ତ ବନ୍ଧୁକକୁ ଜବତ କରିବା ସହିତ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଯାଇଛି । ତେବେ ଏହି ଘଟଣାରେ ଶିବମ୍ ଙ୍କ ପରିବାର ଯୁବତୀଙ୍କ ଉପରେ ଦୋଷାରୋପ କରିଛନ୍ତି ।

Get real time updates directly on you device, subscribe now.