fbpx

ଆଉ କେତେ ଦିନ ବଲିଉଡର ନକଲ କରି ଚାଲିଥିବେ, କିଛି ତ ଅରିଜିନାଲ କରନ୍ତୁ… ପାକିସ୍ତାନ ଚଳଚ୍ଚିତ୍ର ଉଦ୍ୟୋଗକୁ ଇମ୍ରାନଙ୍କ ଉପଦେଶ

Advertisement

ନୂଆଦିଲ୍ଲୀ : କେତେ ଦିନ ଆଉ ବଲିଉଡର ନକଲ କରିବେ। କିଛି ତ ନିଜ ମନରୁ ଅରିଜିନାଲ କରନ୍ତୁ। ଏମିତି ଶବ୍ଦରେ ନିଜ ଦେଶର ଫିଲ୍ମା ନିର୍ମାତାଙ୍କୁ କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ଫିଲ୍ମ ନିର୍ମାତାଙ୍କୁ ବଲିଉଡର ନକଲ କରିବା ବଦଳରେ ନୂତନ ଏବଂ ବାସ୍ତବିକ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଇସଲାମାବାଦରେ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଏକ କାର୍ଯ୍ୟକ୍ରମ ସମୟରେ ଇମ୍ରାନ କହିଛନ୍ତି, ଆରମ୍ଭରୁ ଗୁଡାଏ ଭୁଲ୍ କରାଯାଇଛି, କାରଣ ପାକିସ୍ତାନୀ ଫିଲ୍ମ ଉଦ୍ୟୋଗ ବଲିଉଡ ପ୍ରତି ପ୍ରଭାବିତ ଥିଲା, ଯାହାର ପରିଣାମସ୍ଵରୂପ ଅଦ୍ୟାବଧି ଗୋଟିଏ ସଂସ୍କୃତିର ନକଲ କରାଯିବା ପ୍ରଥା ଚାଲି ଆସିଛି।

ଡନ ଖବରକାଗଜ ଅନୁଯାୟୀ, ଇମ୍ରାନ କହିଛନ୍ତି, ସବୁଠୁ ମହତ୍ଵପୂର୍ଣ୍ଣ କଥା, ମୁଁ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ କହିବାକୁ ଚାହୁଁଛି, ସେମାନେ ବାସ୍ତବିକ ଏବଂ ନିଜେ କାହାଣୀ ଲେଖି ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। କାରଣ ଅରିଜିନାଲ ହିଁ ବିକ୍ରି ହୋଇଥାଏ, ନକଲର କୌଣସି ମୂଲ୍ୟ ନଥାଏ। ତେଣୁ ପାକିସ୍ତାନର ଫିଲ୍ମ ଉଦ୍ୟୋଗ ଏବଂ ନିର୍ମାତାକାରୀଙ୍କୁ ନୂତନ ଭାବେ ଚିନ୍ତା କରିବା ଏବଂ ନିଜ ଚଳଚ୍ଚିତ୍ରରେ ନୂତନତ୍ଵ ଆଣିବା ଦିଗରେ ପ୍ରୟାସ କରିବାକୁ ଇମ୍ରାନ ଅପିଲ୍ କରିଛନ୍ତି।

ପାକିସ୍ତାନୀ ସଂସ୍କୃତି ଉପରେ ବଲିଉଡ ଓ ହଲିଉଡର ପ୍ରଭାବ ବିଷୟରେ ଇମ୍ରାନ କହିଛନ୍ତି, ତାଙ୍କୁ ବାରମ୍ବାର କୁହାଯାଉଛି, ଲୋକେ ସ୍ଥାନୀୟ ଚଳଚ୍ଚିତ୍ର ସେ ପର୍ଯ୍ୟନ୍ତ ଦେଖିବେ ନାହିଁ ଯେ ପର୍ଯ୍ୟନ୍ତ ସେଥିରେ କମର୍ସିଆଲ କଣ୍ଟେଟ୍ ବା ଦମଦାର କାହାଣୀ ସାମିଲ୍ ନ ହୋଇଛି। ତେଣୁ ମୋର ଯୁବ ଫିଲ୍ମ ନିର୍ମାତାଙ୍କୁ ଏହା ପରାମର୍ଶ ଯେ, ସେମାନେ ଅରିଜିନାଲ କଣ୍ଟେଟ୍ ଆଣନ୍ତ ବା ବିଫଳତାକୁ ଭୟ କରନ୍ତୁ ନାହିଁ। ଏହା ମୋ ଜୀବନର ଅନୁଭବ ଯେ, ଯିଏ ପରାଜୟକୁ ଭୟ କରେ ସେ କେବେ ବି ଜିତି ପାରିବ ନାହିଁ।

Get real time updates directly on you device, subscribe now.