fbpx
BJD SKY
BJD SKY

ବଏଫ୍ରେଣ୍ଡ ପିଲା ଚାହୁଁନଥିଲେ, ଅନ୍ୟ ପୁରୁଷର ସାହାରା ନେଲେ ଗର୍ଲଫ୍ରେଣ୍ଡ ! ଜାଆଁଳା ପିଲାର ମା ହେଲେ ….

BJD

ନୂଆଦିଲ୍ଲୀ : ପିତାମାତା ହେବାର ଅନୁଭବ ପ୍ରାୟତଃ ସବୁ ଦମ୍ପତ୍ତିଙ୍କ ପାଇଁ ବହୁତ ଭଲ ହୋଇଥାଏ । କିନ୍ତୁ ଏହି ଆନନ୍ଦ ସହିତ ଜୀବନରେ ଅନେକ ଦାୟିତ୍ୱ ଆସେ ଯାହା ପୂରଣ କରିବା କଷ୍ଟକର । ଏହା ହେଉଛି ଏକ କାରଣ ଯେଉଁଥିରେ ଅନେକ ଲୋକ ଆର୍ଥିକ ସ୍ଥିର ନହେବା ପର‌୍ୟ୍ୟନ୍ତ କିମ୍ବା ବ୍ୟକ୍ତିଗତ ଜୀବନରେ ସଠିକ୍ ବୁଝାମଣା ନହେବା ପର‌୍ୟ୍ୟନ୍ତ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି ନାହିଁ । ବିବାହିତ ଦମ୍ପତ୍ତି ସନ୍ତାନ ଯୋଜନା କରିବା ସାଧାରଣ କଥା, କିନ୍ତୁ ଯେତେବେଳେ ଏହି ଯୋଜନା ବଏଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡ ମଧ୍ୟରେ ଆରମ୍ଭ ହୁଏ, ସେତେବେଳେ ଚିନ୍ତା ଆହୁରି ବଢିଯାଏ ।

ଦି ସନ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡର ଡବଲିନ୍ ବାସିନ୍ଦା ୩୫ ବର୍ଷିୟ ରେସିୟାଲ୍ ଜଣେ ଶିଶୁ ଯତ୍ନ କର୍ମଚାରୀ ବା ଚାଇଲ୍ଡି କେୟାର ଟେକର । ତାଙ୍କର ଜଣେ ପୁରୁଷ ବନ୍ଧୁ ଥିଲେ । ୮ ବର୍ଷର ବନ୍ଧୁତା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ସେ ମାଆ ହେବା ପାଇଁ ଚାହିଁଲେ । କିନ୍ତୁ ତାଙ୍କର ପୁରୁଷ ବନ୍ଧୁ ଏଥିରେ ରାଜି ନଥିଲେ । ଶେଷରେ ସେ ବାଧ୍ୟ ହୋଇ ଅନ୍ୟର ସାହାରା ନେଲେ । କାରଣ ସେ ଜାଣିଥିଲେ ଯେ, କିଛି ଦିନ ପରେ ତାଙ୍କ ବୟସ ଅଧିକ ହୋଇଯିବ ଯାହା ଫଳରେ ପିଲା ଜନ୍ମ କରିବା କଷ୍ଟକର ହେବ ।

ସେଥିପାଇଁ ସେ ନିଜ ବଏଫ୍ରେଣ୍ଡ କିଥଙ୍କ ସହ ଆଲୋଚନା କରିଥିଲେ ଯେ ସେ ଜଣେ ମା ହେବାକୁ ଚାହୁଁଛନ୍ତି। କିଟ୍ ଶିଶୁର ଦାୟିତ୍ୱ ନେବାକୁ ଚାହୁଁନଥିଲେ ଏବଂ ଭବିଷ୍ୟତରେ ପିଲା ଯୋଜନା କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ତା’ପରେ ରାଶିୟାଲ ସ୍ଥିର କଲେ ଯେ ସେ ଏକାକୀ ପିଲାଟିକୁ ଜନ୍ମ ଦେବେ। ଏଥିପାଇଁ ସେ ଏକ ଅଜ୍ଞାତ ଶୁକ୍ରାଣୁ ଦାତାଙ୍କଠାରୁ ଶୁକ୍ରାଣୁ ନେଇ ଆଇଭିଏଫ୍ କରିଥିଲେ, ଯେଉଁଥିରେ ସମୁଦାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପ୍ରକ୍ରିୟାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା।

ଗତ ବର୍ଷ ସେମାନଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ, ଯାହାକୁ ବଏଫ୍ରେଣ୍ଡ କିଥ୍ ମଧ୍ୟ ବହୁତ ଭଲ ପାଆନ୍ତି । କେବଳ ସେତିକି ନୁହେଁ, କିଥ୍ ମଧ୍ୟ ସେମାନଙ୍କର ଯତ୍ନ ନିଅନ୍ତି । ଯଦିଓ ପିଲାମାନଙ୍କର ଜନ୍ମ ପ୍ରମାଣପତ୍ରରେ ପିତାଙ୍କ ନାମ ନାହିଁ, ତଥାପି ସେ ବଏଫ୍ରେଣ୍ଡ କିଥ୍ ଙ୍କ ୁପରେ ଏସବୁ ନେଇ କୌଣସି ଚାପ ପକାନ୍ତି ନାହିଁ । ସେ କହିଛନ୍ତି ଯେ ଦୁହେଁ ପିଲାଙ୍କୁ ନେଇ ଖୁସି ଅଛନ୍ତି।

Get real time updates directly on you device, subscribe now.