fbpx
BJD SKY
BJD SKY

କଅଁଳିଆ ଶିଶୁର ୩ଘଣ୍ଟା ବନ୍ଦ ରହିଥିଲା ହୃଦସ୍ପନ୍ଦନ, ଡାକ୍ତର ଏପରି ବଞ୍ଚାଇଲେ ଜୀବନ

BJD

ନୂଆଦିଲ୍ଲୀ: ଡାକ୍ତରଙ୍କୁ ପୁଥିବୀରେ ଭଗବାନ କୁହାଯାଏ । ଏହି କଥା ଅନେକଥର ପ୍ରମାଣ ହୋଇଥିବା ବେଳେ ଆଜି ଆଉଥରେ ପ୍ରମାଣ ହୋଇଥିବା କଥା ସାମ୍ନାକୁ ଆସିଛି । ୱେଲନ୍ ସ୍ନାଡର୍ସ ମାନକ ଜଣେ ୨୦ ମାସର ଶିଶୁ ୨୪ ଜାନୁଆରୀ ଦିନ କାନାଡାର ଜଣେ ଡାକ୍ତରଙ୍କ ବାହାରେ ଥିବା ପୁଲରେ ଗଳି ପଡ଼ିଥିଲେ । ସେ ସେହି ପାଣିରେ ୫ ମିନିଟ ପର୍ଯ୍ୟନ୍ତ ପଡ଼ିଯାଇଥିଲେ ଏହାପରେ ଅଗ୍ନିସମ ବିଭାଗ ତାକୁ କାଢିଥିଲା । ସେତେବେଳେ ସେହି ଶିଶୁର ଶରୀର ସଂପୂର୍ଣ୍ଣ ଥଣ୍ଡା ପଡିଯାଇଥିଲା । ଏପରି ଲାଗୁଥିଲା ଯେ, ଶିଶୁ ମଧ୍ୟରେ ଜୀବନ ନାହିଁ । ହସ୍ପଟାଲର ଚିକିତ୍ସା କର୍ମୀମାନେ ଶିଶୁକୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ।

ପେଟ୍ରୋଲିଆ ଲଣ୍ଡନ ଠାରୁ ୧୦୦ କିମି ଦୂର ଅଟେ ଏବଂ ସ୍ଥାନୀୟ ହସ୍ପିଟାଲରେ ଏକ ମହତ୍ତ୍ୱପୂର୍ଣ୍ଣ ସଂସୋଧନ ଏବଂ କର୍ମୀମାନଙ୍କ ସଂଖ୍ୟା ବହୁ କମ ଥିଲା । ଏହି ପରିସ୍ଥିତିରେ ଡାକ୍ତର ଏବଂ ନର୍ସକର୍ମୀ ମାନେ ସମସ୍ତ କାମ ଛାଡି ପିଲାଟିକୁ ବଞ୍ଚାଇବାରେ ଲାଗିପଡିଲେ । ସେମାନେ ଶିଶୁଟିକୁ ୩ଘଣ୍ଟା ପର୍ଯ୍ୟନ୍ତ ସିପିଆର ଦେଇଥିଲେ ।

ସେଠାରେ ଜଣେ ଡାକ୍ତରଙ୍କ କହିବା ମୁତାବକ, ଏହା ବାସ୍ତବରେ ଏକ .ଟିମ୍ ୱାର୍କ ଥିଲା । ଲ୍ୟାବ ଟେକ ଘରେ ଏକ ଜାଗାରେ ପୋର୍ଟବଲ ହିଟର ରଖିଥିଲେ । ଇଏମଏସ କର୍ମୀମାନେ କମ୍ପ୍ରେଶର୍ସର ମାଧ୍ୟମରେ ଘୁରିବା ଏବଂ ନିଜ ବାୟୁମାର୍ଗରେ ପ୍ରବନ୍ଦନରେ ସାହାଯ୍ୟ କରିଥିଲା । ଏବଂ ୱାର୍ମିଂରେ ସାହାଯ୍ୟ କରିବା ପାଇଁ ନର୍ସମାନେ ମଧ୍ୟ ମାଇକ୍ରୋୱେଭ୍ ପାଣି ଚଳାଉଥିଲେ ଏବଂ ଲଣ୍ଡନରେ ଦଳ ତରଫରୁ ଆମର ଫୋନ୍ ଲାଇନ୍ ସମର୍ଥନ ଥିଲା। ଡା. ଟେଲର ଏବଂ ଟିଜସେନ୍ ଏକମତ ହୋଇଥିଲେ ଯେ, ଏହା କୌଶଳ, ନିଷ୍ଠା ଏବଂ ଦଳଗତ କାର୍ଯ୍ୟର ମିଶ୍ରଣ ଥିଲା। ଏହି ଟିମ ପାଇଁ ସେହିଦିନ ୱେଲନ୍ ଙ୍କୁ ଜୀବନ୍ତ ରଖାଯାଇ ପାରିଥିଲା ।

ୱେଲନ୍ ଫେବୃଆରୀ ୬ ରେ ଡାକ୍ତରଖାନାରୁ ମୁକ୍ତ ହୋଇଥିଲେ ଏବଂ ବର୍ତ୍ତମାନ ପ୍ରାୟ ଦୁଇ ସପ୍ତାହ ହେଲାଣି ଘରେ ସୁସ୍ଥ ଅଛନ୍ତି। ତାଙ୍କ ପରିବାର ମଧ୍ୟ ଘରେ ତାଙ୍କର ଅଧିକ ଯତ୍ନ ନେଉଛନ୍ତି।

Get real time updates directly on you device, subscribe now.