ମୃତ ବ୍ୟକ୍ତିର ମସ୍ତିଷ୍କ କହିବ ଆତ୍ମହତ୍ୟାର କାରଣ, ଦିଲ୍ଲୀ ଏମ୍ସରେ ତିଆରି ହେଲା ବ୍ରେନ୍ ବାୟୋ ବ୍ୟାଙ୍କ
ମୃତକଙ୍କ ମସ୍ତିଷ୍କରୁ ଖୋଜାଯିବ ଆତ୍ୟହତ୍ୟା ପ୍ରବୃତ୍ତି ପଛର କାରଣ?
ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ବଢ଼ିବାରେ ଲାଗିଛି ଆତ୍ୟହତ୍ୟା ମାମଲା। କିଏ ମାନସିକ ନିର୍ଯ୍ୟାତନା ପାଇଁ ତ ଆଉ କିଏ ଡିପ୍ରେସନକୁ ଯାଇ ଆତ୍ମହତ୍ୟାର ବାଟ ବାଛୁଛି।
ହେଲେ ଜଣେ ବ୍ୟକ୍ତି ମଲା ପରେ ସେ କେଉଁ କାରଣ ପାଇଁ ମରିଛି ତାହା ପ୍ରାୟ ସମୟରେ ସସପେନ୍ସ ହୋଇ ରହିଯାଉଛି। ହେଲେ ଏବେ ସେ ସମସ୍ୟା ଦୂର ହେବ। ଜଣେ ବ୍ୟକ୍ତି କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛି ତାହା ଅତି ସହଜରେ ଜାଣିହେବ।
ଏକଥା ଆମେ କହୁନାହୁଁ ଏପରି ଏକ ବିଜ୍ଞାନ ସମ୍ମତ ମତ ଦେଇଛି ଦିଲ୍ଲୀ ଏମ୍ସ। କାରଣ ଦିଲ୍ଲୀ ଏମ୍ସରେ ତିଆରି ହୋଇଛି ବ୍ରେନ୍ ବାୟୋ ବ୍ୟାଙ୍କ। ଏହି ବ୍ରେନ୍ ବାୟୋ ବ୍ୟାଙ୍କ ସାହାଯ୍ୟରେ ଜାଣିହେବ ମଣିଷର ଆତ୍ମହତ୍ୟାର କାରଣ।
କହିବାକୁ ଗଲେ ଏହି ବ୍ରେନ୍ ବାୟୋ ବ୍ୟାଙ୍କରେ ପ୍ରଥମେ ଆତ୍ମହତ୍ୟା କରିଥିବା ମଣିଷର ମସ୍ତିଷ୍କ ରଖି ପରୀକ୍ଷା କରାଯିବ ତାପରେ ଫଳାଫଳ ସମସ୍ତଙ୍କ ସାମ୍ନାରେ ରହିବ।
ଏହାର ଅର୍ଥ ସାରା ବିଶ୍ୱରେ ବଢିବାରେ ଲାଗୁଥିବା ଆତ୍ମହତ୍ୟାର ମାମଲାର ରହସ୍ୟ ଜାଣିବା ପାଇଁ ଦିଲ୍ଲୀ ଏମ୍ସରେ ତିଆରି ହୋଇଛି ବ୍ରେନ୍ ବାୟୋ ବ୍ୟାଙ୍କ। ଯାହା ସାହାଯ୍ୟରେ ମୃତକଙ୍କ ମସ୍ତିଷ୍କରୁ ଖୋଜାଯିବ ଆତ୍ମହତ୍ୟା ପ୍ରବୃତ୍ତି ପଛର କାରଣ? କହିବାକୁ ଗେଲ ଏବେ ମୃତ ମଣିଷର ମସ୍ତିଷ୍କ କହିବ ଆତ୍ୟହତ୍ୟାର କାରଣ।