fbpx

ଦୁଇ ଦିନରେ ତିନି କୋଟି ରୋଜଗାର କଲା ‘ଦ ବକିଂହମ ମର୍ଡର୍ସ’

ନୂଆଦିଲ୍ଲୀ: କରୀନା କପୁରଙ୍କ ଫିଲ୍ମ ‘ଦ ବକିଂହମ ମର୍ଡର୍ସ’ ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର କଲେକସନ ସମୁଦାୟ ୩ କୋଟି ଟଙ୍କାରେ ପହଞ୍ଚଛି। ସିରିଜରେ ଦମଦାର ସସ୍ପେନ୍ସ ଏବଂ କରୀନା କପୁରଙ୍କ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଇଛି। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଲୋକଙ୍କୁ ଖୁସି କରିପାରୁନି। ଦ୍ୱିତୀୟ ଦିନ ଫିଲ୍ମର ରୋଜଗାରରେ ବଡ଼ ଅନ୍ତର ଦେଖିବାକୁ ମିଳିଛି। ଯେଉଁଠାରେ ଶୁକ୍ରବାର ଦିନ ଫିଲ୍ମଟି ୧୫ କୋଟି ଟଙ୍କାରେ ଓପିନିଙ୍ଗ କରିଥିଲା। ସେହିପରି ଶନିବାର ଦିନ ଫିଲ୍ମ ୮୫ କୋଟି ଟଙ୍କା କଲେକ୍ସନ କରିଥିଲା। ୱେବସାଇଟ ସେକନିଲ୍କର ଅର୍ଲ୍ଲି ଆଷ୍ଟିମେଟସର ସଂଖ୍ୟା ମୁତାବକ ଏପର୍ଯ୍ୟନ୍ତ ସମୁଦାୟ ୩ କୋଟି ଟଙ୍କାର ରୋଜଗାର କରିଛି।

ଫିଲ୍ମ ନିର୍ଦ୍ଦେଶକ ଅମର କୌଶିକଙ୍କ ଫିଲ୍ମ ‘ସ୍ତ୍ରୀ-୨’ ସିନେମାଘରେ ଲଗାତାର ୩୧ ଦିନ ପର୍ଯ୍ୟନ୍ତ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମ ସମସ୍ତ ଫିଲ୍ମକୁ ପଛରେ ପକାଇ ଲଗାତାର ୩୧ଦିନ ଶନିବାର ଦିନ ଭଲ ରୋଜଗାର କରିବ। ଫିଲ୍ମ ରିଲିଜର ୩୧ତମ ଶନିବାର ଦିନ ଫିଲ୍ମ ୫୭ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ନର ସମୁଦାୟ କଲେକ୍ସନ ୫୬୭ କୋଟି ଟଙ୍କା ପାର କରିଛି। ରବିବାର ଦିନ ଏହି ଫିଲ୍ମ ଅଧିକ ଟଙ୍କା ରୋଜଗାର କରିବ ବୋଲି ଆଶା ରହିଛି।

Get real time updates directly on you device, subscribe now.